fbpx

ଶିକ୍ଷୟତ୍ରୀ ଗାଳି କରିବାରୁ ୬ ବର୍ଷର ଛାତ୍ର କରିଲା ଏପରି କାଣ୍ଡ; ଯିବାକୁ ପଡିଲା ଜେଲ୍ !

ନୂଆଦିଲ୍ଲୀ: ଜଣେ ୬ ବର୍ଷର ଛାତ୍ରକୁ ଗାଳି କରିବା ଶିକ୍ଷୟତ୍ରୀଙ୍କୁ ମହଙ୍ଗା ପଡିଛି । ଯହାର ପରିମାଣ ସ୍ୱପୂପ ସେ ଗୁରୁତର ଆହତ ହୋଇଛନ୍ତି ଏବଂ ମୃତ୍ୟୁ ସହ ଲଢେଇ କରୁଛନ୍ତି । ତେବେ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହିଁ ସତ୍ୟ ଘଟଣା । ଯାହାକି ସେଠାକାର ଅଞ୍ଚଳ ସମେତ ପୁରା ଦୁନିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଫଳରେ ଲୋକଙ୍କ ମନରେ ଏହି ଘଟଣାକୁ ନେଇ ଭୟ ମଧ୍ୟ ସୃଷ୍ଟି ହୋଇଛି । ଏତତ୍ ବ୍ୟତୀତ ଶିକ୍ଷକମାନେ ପିଲଙ୍କୁ ପଠ ପଢାଇବା କିମ୍ବା ତାଙ୍କର ଭୁଲ କାର୍ଯ୍ୟକୁ ବିରୋଧ କରିବାକୁ ଭୟ ପ୍ରକାଶ କରୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଭର୍ଜିନିଆ ସ୍ଥିତ ଏକ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ପ୍ରଥମ ଶ୍ରେଣିରେ ପଢୁଥିବା ଛାତ୍ରକୁ କୌଣସି ଏକ କଥାକୁ ନେଇ ଗାଳି କରିଥିଲେ । ଯାହାଫଳରେ ଛାତ୍ର ଜଣଙ୍କ ରାଗିଯାଇ ଶିକ୍ଷୟତ୍ରୀଙ୍କ ଉପରୁ ଗୁଳିଚାଳନା କରିଛି । ଫଳରେ ଶିକ୍ଷୟତ୍ରୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି | ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ବିସିସିଆଇର ରିପୋର୍ଟ ଅନୁଯାୟୀ ଆମେରିକାର ଭର୍ଜିନିଆର ‘ନ୍ୟୁଟନ୍ ନ୍ୟୁଜ୍’ ଅଞ୍ଚଳରେ ଥିବା ରିଚନେକ୍ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିବା ଜଣାପଡିଛି । ଫଳରେ ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୬ ବର୍ଷର ବାଳକକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏତେ କମ୍ ବୟସର ପିଲାଟି କିପରି ବନ୍ଧୁକ ପାଇଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷେ ଗୁଳି ବିନିମୟରେ ଏହି ଘଟଣାରେ ସ୍ୱୀକୃତିପ୍ରାପ୍ତ ଶିକ୍ଷକ ସାଂଘାତିକ ଆହତ ହୋଇଛନ୍ତି, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ପୋଲିସର ସୂଚନାନୁସାରେ, ଶିକ୍ଷକଙ୍କ ଗାଳିଗୁଲଜ ପରେ ପ୍ରଥମ ଶ୍ରେଣୀରେ ପଢୁଥିବା ପିଲାଟି ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଫଳରେ ଶିକ୍ଷୟତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ । ତେବେ ପୋଲିସ ଅଧିକାରୀମାନେ ଏହି ଘଟଣାରେ ବ୍ୟବହୃତ ଅସ୍ତ୍ରର ନାମ କହି ନଥିବା ବେଳେ କିନ୍ତୁ ବାଳକ ଜଣକ ବନ୍ଧୁକ ବ୍ୟବହାର କରିଥିବା କହିଛନ୍ତି।

Get real time updates directly on you device, subscribe now.