fbpx

ଅବସର ଘୋଷଣା କଲେ ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜା: ଅଷ୍ଟ୍ରେଲୀୟ ଓପନ୍ ହେବ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଅଫିସିଆଲ ଭାବେ ପ୍ରୋଫେସନାଲ ଟେନିସକୁ ଅଲବିଦା କହିଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ସେ ଏହାର ଘୋଷଣା କରିଛନ୍ତି ।

ଭାରତୀୟ ଟେନିସ୍ ଷ୍ଟାର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ସେ ଅଷ୍ଟ୍ରେଲୀୟ ଓପନ୍ ପରେ ନିଜ ପୁଅ ସହିତ ଅଧିକ ସମୟ ବିତାଇବାକୁ ଚାହାଁନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ୩୦ ବର୍ଷ ପୂର୍ବେ ହାଇଦ୍ରାବାଦର ୬ ବର୍ଷର ଝିଅ ପ୍ରଥମ ଥର ପାଇଁ କୋର୍ଟକୁ ଯାଇଥିଲା । ନିଜ ମା ସହ ଯାଇଥିଲା ଓ କୋଚ କହିଥିଲେ କି ଟେନିସ୍ ପିକରି ଖେଳାଯାଏ । ସାନିଆ ମିର୍ଜା ଆହୁରି ଲେଖିଛନ୍ତି ଯେ, ମୁଁ ଭାବିଲି ଯେ ମୁଁ ଟେନିସ୍ ଶିଖିବାକୁ ବହୁତ ଛୋଟ । ମୋର ସ୍ୱପ୍ନର ଯୁଦ୍ଧ ୬ ବର୍ଷ ବୟସରେ ଆରମ୍ଭ ହୋଇଥିଲା ।

ତେବେ ସାନିଆ ମିର୍ଜା ଡବଲ୍ସରେ ୩ ଥର ଚାମ୍ପିଅନ୍ ହୋଇଛନ୍ତି । ଏହି ଭାରତୀୟ ଭେଟେରାନ୍ ମହିଳା ଡବଲରେ ୨୦୧୬ ରେ ଅଷ୍ଟ୍ରେଲିୟ ଓପନ୍ ଟାଇଟଲ୍ ଜିତିଥିଲେ । ଏହା ବ୍ୟତୀତ ସାନିଆ ମିର୍ଜା ମହିଳା ଡବଲ୍ସରେ ୨୦୧୫ ରେ ୱିମ୍ବଲଡନ୍ ଏବଂ ୟୁଏସ୍ ଓପନ୍ ଟାଇଟଲ୍ ଜିତିଥିଲେ ।

୨୦୦୯ ମସିହାରେ ସାନିଆ ମିର୍ଜା ଅଷ୍ଟ୍ରେଲିୟ ଓପନର ମିକ୍ସଡ ଡବଲ୍ସ ଜିତିଥିଲେ । ଏହା ପରେ ୨୦୧୨ ମସିହାରେ ସେ ଫ୍ରେଞ୍ଚ ଓପନର ମିକ୍ସଡ ଡବଲ୍ ଜିତିଥିଲେ । ୨୦୧୪ ମସିହାରେ ସେ ୟୁଏସ୍ ଓପନ୍ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲେ । ଅତୀତରେ ସାନିଆ ମିର୍ଜା ସ୍ପଷ୍ଟ କରିଥିଲେ ଯେ, ଅଷ୍ଟ୍ରେଲିଆ ଓପନ୍ ୨୦୨୩ ତାଙ୍କର ଶେଷ ଗ୍ରାଣ୍ଡସ୍ଲାମ ହେବ । ଏଥିସହ ଭାରତୀୟ ଭେଟେରାନ କହିଛନ୍ତି େ. ଅଷ୍ଟ୍ରେଲୀୟ ଓପନ୍ ପରେ ସେ ଦୁବାଇରେ ଆୟୋଜିତ ହେବାକୁ ଥିବା ଟେନିସ୍ ଚାମ୍ପିଅନସିପରେ ଅଂଶଗ୍ରହଣ କରିବେ, ଏହା ତାଙ୍କର ଶେଷ ଟେନିସ୍ ଟୁର୍ନାମେଣ୍ଟ ହେବ । ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଟେନିସ୍ ଚାମ୍ପିଅନସିପ୍ ପରେ ସାନିଆ ମିର୍ଜା ଟେନିସକୁ ଅଲବିଦା କହିବେ ।

Get real time updates directly on you device, subscribe now.