fbpx

ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ଘନ କୁହୁଡ଼ିକୁ ନେଇ ସତର୍କ କଲେ SRC

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ପାଣିପାଗ ଶୁଷ୍କ ରହିବା ସହ ବିଭିନ୍ନ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ରହିବାର ଆଶଙ୍କା ରହିଛି । ଏପରିକି ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼ ଏବଂ କନ୍ଧମାଳ ଆଦି ଜିଲ୍ଲାରେ ଘନକୁହୁଡ଼ି ପରିସ୍ଥିତି ଉକ୍ରଟ ହେବ ବୋଲି ଆଶଙ୍କା କରାଯାଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଉଥିବା କାରଣରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓ ଉପାନ୍ତ ଅଞ୍ଚଳର କିଛି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର, ଏସଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସପିମାନଙ୍କୁ ସତର୍କ କରାଯାଇଛି ।

ଘନ କୁହୁଡ଼ି ସମୟରେ ରାସ୍ତା ଦୁର୍ଘଟଣା ଏଡ଼ାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ରାତି ଓ କାଲି ସକାଳେ ୧୦ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାବାସୀ ଓ ପ୍ରଶାସନ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.