fbpx

Video: ନେପାଳ ବିମାନ ଦୁର୍ଘଟଣାର ଠିକ୍ ପୂର୍ବରୁ ଭାରତୀୟ ଯାତ୍ରୀଙ୍କ ଫୋନରେ କଏଦ ହେଲା ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ନେପାଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନରେ ଥିବା ୬୮ ଜଣଙ୍କ ଯାତ୍ରୀଏବଂ ୪ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଯାହାକି ସେଠାକାର ଅଞ୍ଚଳ ସମେତ ପ୍ରତ୍ୟେକ ବ୍ୟକ୍ତିର ମନରେ ଭୟର ବାତାବରଣ ସୃଷ୍ଟି କରିଛି । ତେବେ ଏହି ବିମାନ ଦୁର୍ଘଟଣାର କିଛି ସମୟମ ପୂର୍ବରୁ ବିମାନ ଭିତରେ କଣ ହେଉଥିଲା ଏବଂ ବିମାନ କିପରି ଦୁର୍ଘଟଣା ଗ୍ରସ୍ତ ହେଲା ତାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଏହି ଭିଡିଓଟି ଜଣେ ଭାରତୀୟ ଯାତ୍ରୀଙ୍କ ଫୋନରେ କଏଦ ହୋଇଥିବା ଜଣାପଡିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ନେପାଳର ୟେଟି ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣା ହେବା ପୂର୍ବରୁ ସେହି ବିମାନରେ ଯାତ୍ରା କରୁଥିବା ଜଣେ ଭାରତୀୟ ଯାତ୍ରୀ ତାଙ୍କ ଫୋନରେ ବିମାନର ଭିତର ଏବଂ ବାହାରର ଭିଡିଓ ସୁଟିଂ କରୁଥୁଲେ । ଠିକ୍ ଏହିସମୟରେ ବିମାନର ଗୋଟିଏ ପାର୍ଶ ହୁହୁହୋଇ ଜଳି ଉଠିବାର ଭିଡିଓ ଫୋନରେ କଏଦ ହୋଇଥିଲା । ଯାହା ବର୍ତ୍ତମାନ ଭାଇରାଲ ହେଉଛି ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓକୁ ଏବେ ପ୍ରର୍ଯ୍ୟନ୍ତ କୌଣସି ବିମାନ ଅଧିକାରୀ କିମ୍ବା ଉପରିସ୍ଥ ଅଧିକାରୀ ଏହାକୁ ଆନୁଷଙ୍ଗିକ ଭାବରେ ଘୋଷଣା କରି ନାହାଁନ୍ତି । ଅନ୍ୟପକ୍ଷେ ଏହି ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁୁ ୫ ଜଣ ଭାରତୀୟ ଯାତ୍ରୀଥିଲେ, ଯେଉଁମାନଙ୍କ ମୃତ୍ୟୁ ହୋଇଛି । ତେବେ ଏହି ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର ଥିବା ଜଣାପଡିଛି ।

Get real time updates directly on you device, subscribe now.