fbpx

ମହିଳା ଆଇପିଏଲ୍ ମିଡିଆ ରାଇଟ୍ସ ପାଇଲା ଭାୟକମ୍ ୧୮, ବିସିସିଆଇ ପାଇବ ଏତିକି କୋଟି

ନୁଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଥିବା ମହିଳା ମହିଳା ଆଇପିଏଲ୍ ମିଡିଆ ରାଇଟ୍ସ ନିଲାମୀରେ ଭାୟକମ ୧୮କୁ ମିଳିଛି । ଆଗାମୀ ପାଞ୍ଚବର୍ଷ(୨୦୨୩-୨୭) ଯାଏଁ ମୋଟା ଅଙ୍କର ୯୫୧ କୋଟି ଟଙ୍କା ବ୍ୟୟରେ ଏହି ଅଧିକାର ପାଇଛି । ଯାହା ପ୍ରତି ମ୍ୟାଚ୍ ପାଇଁ ଅତିକମ୍‌ରେ ୭.୦୯ କୋଟି ଟଙ୍କା ଅଟେ । ବିସିସିଆଇ ସଚିବ ଜୟ ଶାହା ସୋମବାର ଏହି ସୂଚନା ଦେଇଛନ୍ତି ।

ଜୟ ଶାହା ଟ୍ୱିଟ୍ କରି କହିଛନ୍ତି, ମହିଳା ଆଇପିଏଲ୍ ପାଇଁ ମିଡିଆ ଅଧିକାର ଜିତିଥିବାରୁ ଭାୟକମ୍‌୧୮ କୁ ଅଭିନନ୍ଦନ । ବିସିସିଆଇ ଏବଂ ବିସିସିଆଇ ମହିଳା କ୍ରିକେଟ୍ ଉପରେ ତୁମର ବିଶ୍ୱାସ ପାଇଁ ଧନ୍ୟବାଦ । ଭାୟକମ୍ ୯୫୧ କୋଟି ଟଙ୍କା ପ୍ରତିଶୃତି ଦେଇଛି, ଯାହାର ଅର୍ଥ ହେଉଛି ଆସନ୍ତା ୫ ବର୍ଷ (୨୦୨୩-୨୭) ପାଇଁ ପ୍ରତି ମ୍ୟାଚ୍ ମୂଲ୍ୟ ୭.୦୯ କୋଟି ଟଙ୍କା । ମହିଳା କ୍ରିକେଟ୍ ପାଇଁ ଏହା ଏକ ବଡ କଥା ।

ଭାୟକମ୍‌୧୮ ପୂର୍ବରୁ ପୁରୁଷ ଆଇପିଏଲ୍ ଏବଂ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଏସ୍‌ଏ୨୦ ଲିଗ୍ ପାଇଁ ଡିଜିଟାଲ୍ ଅଧିକାରକୁ ହାସଲ କରିଥିଲା । ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚରେ ଖେଳାଯିବ ଏବଂ ଟୁର୍ନାମେଣ୍ଟର ଫାଇନାଲ୍ ପୁରୁଷ ଆଇପିଏଲ୍ ପୂର୍ବରୁ ହେବ । ଏହି ସଂସ୍କରଣରେ ସମୁଦାୟ ୫ ଟି ଦଳ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ ପୁରୁଷ ଆଇପିଏଲର ୧୦ ଟି ମଧ୍ୟରୁ ୮ ଟି ମହିଳା ଆଇପିଏଲ୍ ଫ୍ରାଞ୍ଚାଇଜ୍ କିଣିବାକୁ ଆଗ୍ରହ ଦେଖାଇଛନ୍ତି ।

ମହିଳା ଆଇପିଏଲ୍ ଦଳ ପାଇଁ ବିସିସିଆଇ ୧୦ ଟି ସହରର ଏକ ତାଲିକା ପ୍ରକାଶ କରିଛି, ସେଥିମଧ୍ୟରୁ କେବଳ ପାଞ୍ଚଟି ସହର ଚୟନ କରାଯିବ। କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗସ୍‌, ଦିଲ୍ଲୀ କ୍ୟାପିଟାଲ, ଗୁଜୁରାଟ ଟାଇଟାନ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମହିଳା ଆଇପିଏଲ ଦଳ ପାଇଁ ଟେଣ୍ଡର କରିଥିବା ଫ୍ରାଞ୍ଚାଇଜ୍ ମଧ୍ୟରେ ଅଛନ୍ତି। କୁହାଯାଉଛି ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏପର୍ଯ୍ୟନ୍ତ ବିଡ୍ ପାଇଁ ଡକ୍ୟୁମେଣ୍ଟ ନେଇ ନାହାଁନ୍ତି । ଏହା ଜଣା ଯେ ଜାନୁଆରୀ ୨୫ ରେ ମହିଳା ଆଇପିଏଲ ଦଳର ମାଲିକମାନଙ୍କୁ ଘୋଷଣା କରାଯିବ ।

Get real time updates directly on you device, subscribe now.