fbpx

ବାଜିବ ମେଘାଳୟ, ନାଗାଲ୍ୟାଣ୍ଡ ଓ ତ୍ରିପୁରା ବିଧାନସଭା ନିର୍ବାଚନ ବିଗୁଲ: ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ନିର୍ବାଚନ ହୋଇପାରେ । ତେବେ ଆଜି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ । ଆଜି ଦିନ ୨.୩୦ ସମୟରେ ଇସିଆଇ ନାଗାଲ୍ୟାଣ୍ଡ, ମେଘାଳୟ ଓ ତ୍ରିପୁରାର ନିର୍ବାଚନ ବାବଦରେ ପ୍ରେସମିଟ୍ କରିବେ ।

ଆସନ୍ତା ମାର୍ଚ୍ଚ ମାସ ୧୨ ତାରିଖରେ ନାଗାଲ୍ୟାଣ୍ଡରେ, ମାର୍ଚ୍ଚ ୧୫ରେ ମେଘାଳୟରେ ଓ ମାର୍ଚ୍ଚ ୨୨ରେ ତ୍ରିପୁରାରେ ସରକାରଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ଏହି ତିନି ରାଜ୍ୟରେ ୬୦ଟି ଲେଖାଏଁ ବିଧାନସଭା ସିଟ୍ ରହିଥିବା ବେଳେ ପୂର୍ବ ସରକାରଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ସେଠାରେ ନୂଆ ବିଧାନସଭା ଗଠନ କରାଯିବ । ତେବେ ଏହି ତିନୋଟି ରାଜ୍ୟ ପାଇଁ ଆଜି ନିର୍ବାଚନୀ ବିଗୁଲ ବାଜିବାକୁ ଯାଉଥିବା ବେଳେ ଏହା ପୁଣି ଥରେ ଦେଶର ରାଜନୈତିକ ପରିସ୍ଥିତିକୁ ସରଗରମ୍ କରିଦେଇଛି ।

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୯ଟି ରାଜ୍ୟର ବିଧାନସଭା ବେଶ୍ ଗୁରୁତ୍ୱ ବହନ କରୁଛି । ତେଣୁ ନିର୍ବାଚନ ଆୟୋଗଙ୍କ ଘୋଷଣାକୁ ସମସ୍ତ ରାଜନୈତିକ ଦଳମାନେ ଅପେକ୍ଷା କରି ରହିଛନ୍ତି । ମେଘାଳୟ, ତ୍ରିପୁରା ଓ ସିକିମ ପୂର୍ବୋତ୍ତର ରାଜ୍ୟ ହୋଇଥିବା ବେଳେ ଏହି କ୍ଷେତ୍ର ପ୍ରତି ବିଜେପି ଅଧିକ ପ୍ରାଧାନ୍ୟ ଦେଉଛି । ଗତ ୧୯୫୨ରେ ପୂର୍ବୋତ୍ତର ରାଜ୍ୟ କଂଗ୍ରେସର ଗଡ଼ ରହିଥିବା ବେଳେ ୨୦୧୪ ଲୋକସଭା ନିର୍ବାଚନରେ ସବୁକିଛି ବଦଳି ଯାଇଥିଲା ।

Get real time updates directly on you device, subscribe now.