ହିନ୍ଦୁ ଧର୍ମରେ ଅନେକ ପ୍ରଥା ପରମ୍ପରା ରହିଛି । ଯାହାର ଭିନ୍ନ ଭିନ୍ନ ମହତ୍ତ୍ୱ ଏବଂ ଗୁରୁତ୍ୱ ମଧ୍ୟ ରହିଛି । ତେବେ ଏହି ପ୍ରଥା ପରମ୍ପରା କାଇଁ କେଉଁ କାଳରୁ ଚାଲି ଆସୁଛି । ତେବେ ଏହି ପ୍ରଥା ପରମ୍ପରା ମଧ୍ୟରେ ନିଜଠାରୁ ବଡ ଲୋକଙ୍କୁ ପାଦ ଛୁଇଁବାର ନିୟମ ମଧ୍ୟ ସାମିଲ୍ ଅଛି । ତେବେ ଏହି ପାଦ ଛୁଇଁବାର ନିୟମ ଅନ୍ୟ ପ୍ରତି ସମ୍ମାନ ଏବଂ ସଂସ୍କାର ପ୍ରତିକ ଭାବରେ ବିବେଚନା କରାଯାଏ । ଏହାକୁ ଚରଣ ସ୍ପର୍ଶ ବା ପ୍ରଣାମ ବୋଲି କୁହାଯାଏ । ତେବେ ଆପଣମାନେ ଜାଣିଛନ୍ତି କି ଏହି ପାଦ ଛୁଇଁବା ନିୟମର କିଛି ମହତ୍ତ୍ୱ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯାହା ଜାଣିଲେ ଅପାଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପ୍ରଥା ବା ନିୟମ ବିଷୟରେ…
ପାଦଛୁଇଁବାର ବୈଜ୍ଞାନିକ କାରଣ: ବିଜ୍ଞାନ ଅନୁସାରେ ପ୍ରତ୍ୟେକ ମାନବ ଶରୀରରେ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ରହିଥାଏ । ଫଳରେ ମାନବ ଶରୀରର ବାମଭାଗର ଅଧା ନକରାତ୍ମକ ଶକ୍ତି ପ୍ରବାହ କରିଥିବା ବେଳେ ଶରୀରର ଡାହାଣ ଭାଗ ସକରାତ୍ମକ ଶକ୍ତି ପ୍ରବହ କରିଥାଏ । ତେଣୁ କୁହାଯାଏ ଯେ ପ୍ରଣାମ କରିବା ସମୟରେ ଦୁଇ ହାତକୁ ଛକି ପରି କରି ପ୍ରଣାମ କରିବା ଉଚିତ୍ । ଏପରି କରିବା ଦ୍ୱାରା ଶରୀରରେ ଥିବା ନକରାତ୍ମକ ଏବଂ ସକରାତ୍ମକ ପ୍ରଭାବ ନିୟନ୍ତ୍ରଣରେ ରହିଥାଏ ।
ମସ୍ତିଷ୍କରୁ ବାହାରୁଥିବା ସ୍ନାୟୁ ସମଗ୍ର ଶରୀରରେ ଉପଲବ୍ଧ ହୋଇଥାଏ । ଏହିପରି କି ଯେତେବେଳେ ତୁମେ ନିଜଠାରୁ ବଡ ବ୍ୟକ୍ତିଙ୍କ ପାଦ ସହିତ ଆଙ୍ଗୁଠିକୁ ସ୍ପର୍ଶ କର । ତେବେ ଉଭୟ ଶରୀରର ଶକ୍ତି ସଂଯୁକ୍ତ ହୋଇଥାଏ । ଆଙ୍ଗୁଠି ଏବଂ ହାତ ପାପୁଲି ଶକ୍ତି ଗ୍ରହଣକାରୀ ହୋଇଯାଏ ଏବଂ ପାଦ ଅନ୍ୟର ଶକ୍ତି ପ୍ରଦାନକାରୀ ହୋଇଯାଏ । ଫଳରେ ଏହା ପରସ୍ପରକୁ ସ୍ପର୍ଶ କରିଲେ ଶରୀରେର ଏକ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଏଥିସହିତ ଏହା ଶରୀରକୁ ଶକ୍ତି ଯୋଗାଇଥାଏ ।
ପାଦ ମନ ଏବଂ ହୃଦୟ ସହିତ ସଂଯୁକ୍ତ ହୋଇଥାଏ । ତେଣୁ ପାଦକୁ ସ୍ପର୍ଶ କରିବା ଦ୍ୱାରା ମଧ୍ୟ ଶକ୍ତିଶାଳୀ ଶକ୍ତି ବିସ୍ତାର ହୁଏ । ତେଣୁ ଯଣେ ବ୍ୟକ୍ତି ପ୍ରତ୍ୟେକ ଦିନ ବୟସ୍କ ଲୋକଙ୍କ ପାଦ ଛୁଇଁବା ଦ୍ୱାରା ସେ ଜୀବନରେ କୈଣସି କାମରେ କାର୍ଯ୍ୟରେ ହାର୍ ମାନିନଥାଏ ।