ମୁମ୍ବାଇ: ଗତବର୍ଷ ରିଲିଜ ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ସିନେମାଘରେ ରିଲିଜ ହୋଇଥିଲା। ଯାହାକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ ଏବଂ ଏହାକୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା। ଏହାରି ମଧ୍ୟରେ ସିନେମାଟି ବ୍ୟବସାୟିକ ସଫଳତା ମଧ୍ୟ ପାଇଥିଲା । ଲୋକମାନଙ୍କ ମଧ୍ୟରେ ଫିଲ୍ମଟିର ଏତେ କ୍ରେଜ୍ ଥିଲା ଯେ, ଅନେକ ରାଜ୍ୟରେ ସରକାର ଏହାକୁ ଟ୍ୟାକ୍ସ ଫ୍ରୀ କରିଥିଲେ। ଏବେ ଏହି ଫିଲ୍ମ ପୁଣି ଥରେ ଜାନୁଆରୀ ୧୯ ତାରିଖରେ ସିନେମାଘରେ ରିଲିଜ ହେବାକୁ ଯାଉଛି। ନିର୍ମାତାମାନେ ଏହାକୁ ଜାନୁଆରୀ ୧୯ ଅର୍ଥାତ୍ ଆସନ୍ତାକାଲି ଏହାକୁ ପୁଣୀ ରିଲିଜ କରୁଛନ୍ତି।
BOOK YOUR TICKETS NOW!
Group bookings will help create a NEW Indian Cinema. If you do group bookings, pl let me know. A surprise may await you. https://t.co/QJCHmOhzLB— Vivek Ranjan Agnihotri (@vivekagnihotri) January 18, 2023
ଏହି ସୂଚନା ଟିକେଟ୍ ବୁକିଂ କରୁଥିାବ କମ୍ପାନୀ ବୁକ୍ମାଇଁ ଶୋ ଦେଇଛି । ବୁକ୍ମାଇଁଶୋ ଅନୁସାରେ ଲୋକମାନଙ୍କ ମଧ୍ୟରେ ପ୍ରବଳ ଡିମାଣ୍ଡକୁ ନଜରରେ ରଖି ଏହି ଫିଲ୍ମକୁ ଜାନୁଆରି ୧୯ରେ ସିନେମାଘରେ ରିଲିଜ କରାଯାଉଛି। ତେବେ ସବୁଠୁ ବଡ଼ କଥା ଏହା ଯେ, ୨୦୨୨ରେ ବ୍ଲକ୍ ବାଷ୍ଟର ହୋଇଥିବା ଫିଲ୍ମ ଏଭଳି ସମୟରେ ରିଲିଜ ହେଉଛି, ଯେଉଁ ସମୟରେ ଜାନୁଆରୀ ୨୫ ତାରିଖରେ ଶାହରୁଖଙ୍କ ଫିଲ୍ମ ପଠାନ୍ ରିଲିଜ ହେଉଛି ।
କହିରଖୁ ଯେ ‘ଦ କାଶ୍ମୀର ଫାଇଲ୍ସ’ ଗତ ବର୍ଷ ମାର୍ଚ୍ଚ ୧୧ ରେ ମୁକ୍ତିଲାଭ କରିଥିଲା। କେବଳ ଏତିକି ନୁହେଁ ଦେଶର ଅନେକ ରାଜ୍ୟରେ ଏହାକୁ ଟିକସମୁକ୍ତ କରାଯାଇଛି। ଆସାମରେ ସରକାରୀ କର୍ମଚାରୀଙ୍କୁ ଏହି ଫିଲ୍ମ ଦେଖିବା ପାଇଁ ଅଧା ଦିନ ଛୁଟି ମଧ୍ୟ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଅନେକ ରାଜ୍ୟ ସରକାର ଏହି ଚଳଚ୍ଚିତ୍ର ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହିପରି ଭାବରେ ‘ଦ କାଶ୍ମୀର ଫାଇଲ୍ସ’ ଏକ ଆଶ୍ଚର୍ଯ୍ୟଜନକ ହିଟ୍ ହୋଇଯାଇଛି। ଏହି ଚଳଚ୍ଚିତ୍ର ବିଷୟରେ ସାରା ବିଶ୍ୱରେ ଅନେକ ଆଲୋଚନା ହୋଇଛି।