fbpx

Western Coalfields Ltd ପକ୍ଷରୁ ବାହାରିଲା ୧୩୫ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ୱେଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡ (ଡବ୍ଲ୍ୟୁସିଏଲ) ପକ୍ଷରୁ ୧୩୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ମାଇନିଂ ସିର୍ଦାର ଓ ସର୍ଭେୟର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୨୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୧୦ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ଫେବୃଆରୀ ମାସ ୨୦ ତାରିଖ ସୁଦ୍ଧା ସେମାନଙ୍କର ଆପ୍ଲିକେସନ ସ୍ପିଡ୍ ପୋଷ୍ଟ ଜରିଆରେ ପଠାଇ ପାରିବେ । ଆଡମିଟ କାର୍ଡ ଡାଉନଲୋଡ, ପରୀକ୍ଷା ଦିନ ଓ ମୋଡ୍ ଅଫ୍ ଟେଷ୍ଟ, ରେଜଲ୍ଟ ତାରିଖ ଘୋଷଣା, ଉତ୍ତର କି’ର ସମ୍ଭାବ ତାରିଖ ପରେ ୱେବସାଇଟରେ ସୂଚିତ କରାଯିବ ।

୨୦୨୩ ବର୍ଷ ଜାନୁଆରୀ ମାସ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି / ଏସଟି / ଓବିସି / ଇଏସମ / ବିଭାଗୀୟ ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ୟୁଆର / ଓବିସି- ନନ୍ କ୍ରିମି ଲେୟର / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କ ପାଇଁ ୧୧୮୦ ଟଙ୍କା ଫିସ୍ ଜମା କରିବାକୁ ପଡ଼ିବ । ଏସସି / ପିଡବ୍ଲ୍ୟୁଡି / ଇଏସଏମ / ବିଭାଗୀୟ ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି ।

ଅନଲାଇନ୍ ଆବେଦନ ଲିଙ୍କ: Available on 21.01.2023

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-WCL-Mining-Sirdar-Surveyor-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.westerncoal.in/index1.php

Get real time updates directly on you device, subscribe now.