fbpx

କ୍ରୁଡରେ ହ୍ରାସ ଯୋଗୁଁ ଅନେକ ସହରରେ ବଦଳିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଆପଣଙ୍କ ସହରର ନୂତନ ରେଟ୍

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟରେ ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି । ଅତୀତରେ ବ୍ୟାରେଲ ପିଛା ୧୦୦ ଡଲାର ସ୍ତରରେ ପହଞ୍ଚିଥିବା ଅଶୋଧିତ ତୈଳ ବର୍ତ୍ତମାନ ୮୦ ଡଲାର ପାଖାପାଖି ରହିଛି । ଦୀର୍ଘ ଦିନ ପରେ ସରକାରୀ ତୈଳ କମ୍ପାନୀଗୁଡିକ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ହାର ହ୍ରାସ ହେତୁ ସାଧାରଣ ଜନତା ଆଶ୍ୱସ୍ତି ଲାଭ କରିଛନ୍ତି ।
ଏଠାରେ ଶସ୍ତା ହୋଇଗଲା ପେଟ୍ରୋଲ-ଡିଜେଲ :-
ବୁଧବାର ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୨ ଡଲାର ଖସି ୮୬.୩୭ ଡଲାରକୁ ଆସିଛି । ଏଥି ସହିତ ଡବ୍ଲୁଟିଏଇ ଅଶୋଧିତ ମୂଲ୍ୟରେ ମଧ୍ୟ ବଡ ହ୍ରାସ ଘଟି ବ୍ୟାରେଲ ପିଛା ୮୦.୨୫ ଡଲାରରେ ପହଞ୍ଚିଛି । ସରକାରୀ ତେଲ କମ୍ପାନୀମାନଙ୍କ ଅନୁସାରେ ହରିୟାଣାର ଗୁରୁଗାଓଁରେ ପେଟ୍ରୋଲ ଲିଟର ପିଛା ୭ ପଇସା ହ୍ରାସ ପାଇ ଲିଟର ପିଛା ୯୬..୯୨ ଟଙ୍କା ହୋଇଛି । ଡିଜେଲ ୭ ପଇସା ହ୍ରାସ ପାଇ ଲିଟର ପିଛା ୮୯.୭୯ ଟଙ୍କା ହୋଇଛି । ଏହା ବ୍ୟତୀତ ଜୟପୁରରେ ପେଟ୍ରୋଲ ହାର ୪ ପଇସା ବୃଦ୍ଧି ପାଇଛି ଏବଂ ଏହା ଲିଟର ପିଛା ୧୦୮.୪୮ ଟଙ୍କା ହୋଇଛି । ସେହିଭଳି ଡିଜେଲ ୪ ପଇସା ବୃଦ୍ଧି ସହିତ ଲିଟର ପିଛା ୯୩.୭୨ ଟଙ୍କାରେ ବିକ୍ରି ହେଉଛି ।

ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୬.୬୫ ଟଙ୍କା ଏବଂ ଡିଜେଲ ୮୯.୮୨ ଟଙ୍କା ।
– ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ୯୪.୨୭ ଟଙ୍କା ।
– ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ୯୪.୨୭ ଟଙ୍କା ।
– କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ।–– ପାଟନାରେ ଲିଟର ପିଛା ୧୦୭.୨୪ ଟଙ୍କା ଏବଂ ଡିଜେଲ ୯୪.୦୪ ଟଙ୍କା ।
– ଗୁରୁଗ୍ରାମରେ ଲିଟର ପିଛା ୯୬.୯୨ ଟଙ୍କା ଏବଂ ଡିଜେଲରେ ୮୯.୭୯ ଟଙ୍କା ।
– ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୪୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୭୨ ଟଙ୍କା ହୋଇଛି।

Get real time updates directly on you device, subscribe now.