fbpx

ମାତ୍ର ୪୦-୫୦ ଟଙ୍କାରେ ମିଳୁଛି କେଜିଏ କାଜୁ! କେଉଁଠି ମିଳୁଛି, ଓଡ଼ିଶାର ବୈଜ୍ଞାନିକଙ୍କ ରହିଛି ବଡ଼ ଅବଦାନ

ନୂଆଦିଲ୍ଲୀ: କାଜୁରେ ଭିଟାମିନ୍ ଭରପୂର ମାତ୍ରାରେ ରହିଥିବା ବେଳେ ଏହା ଖାଇବାକୁ ଖୁବ୍ ସ୍ୱାଦିଷ୍ଟ ଲାଗିଥାଏ । ତେବେ ବଜାରରେ ସର୍ବଦା କାଜୁ ଦର ଉଚ୍ଚ ସ୍ତରରେ ରହିଥାଏ । ବର୍ତ୍ତମାନ ସମୟରେ କାଜୁ କିଲୋ ପାଖାପାଖି ୭୦୦-୮୦୦ ଟଙ୍କା ମଧ୍ୟରେ ରହିଛି । ଏଭଳି ସ୍ଥିତିରେ ଯଦି ଆପଣଙ୍କୁ କୁହାଯିବ କାଜୁ କିଲୋ ୪୦-୫୦ ଟଙ୍କାରେ ମିଳୁଛି, ତେବେ ଆପଣ ପାଗଳ ବୋଲି କହିବେ ।

ତେବେ ଆପଣମାନେ ଏହି ଶସ୍ତା ଦରରେ କାଜୁ ପାଇ ପାରିବେ । ମାତ୍ର ଏହି କାଜୁ କେଉଁଠି ମିଳୁଛି, ସେ ସ୍ଥାନ ଆପଣଙ୍କ ବାସସ୍ଥାନ ଠାରୁ କେତେ ଦୂର ତାହା ଜାଣିବା ନିହାତି ଜରୁରୀ । କାଜୁ ଆମ ଶରୀର ପାଇଁ ଅନେକ ଫାଇଦାଯୁକ୍ତ ହୋଇଥିବା ବେଳେ ଭାରତର କିଛି ସ୍ଥାନରେ ଏହା ପନିପରିବା ଦରରେ ବିକ୍ରି ହୋଇଥାଏ । ଝାରଖଣ୍ଡର ଜାମତାରା ନାମକ ଏକ ଜିଲ୍ଲା ରହିଛି । ଏହି ସ୍ଥାନରୁ ଅଧିକାଂଶ ଲୋକ ସାଇବର ଫ୍ରଡ ନାମରେ ଜାଣିଥାନ୍ତି ।

ତେବେ ଆପଣମାନେ ଜାମତାରାରେ ଶସ୍ତାରେ କାଜୁ କିଣି ପାରିବେ । ସେଠାରେ କାଜୁ କିଲୋ ପ୍ରତି ଦର ୪୦-୫୦ ଟଙ୍କା ରହିଥାଏ । ତେବେ ସେଠାରେ ଏତେ ଶସ୍ତାରେ କାଜୁ ମିଳିବା ପଛର କିଛି ଖାସ୍ କାରଣ ମଧ୍ୟ ରହିଛି । ଝାରଖଣ୍ଡରେ ହଜାର ହଜାର ଟନର କାଜୁ ଉତ୍ପାଦନ ହୋଇଥାଏ । ଜାମତାରା ଠାରୁ ପାଖାପାଖି ୪ କିମି ଦୂରରେ ପାଖାପାଖି ୪୯ ଏକର ବିଶିଷ୍ଟ କୃଷି ଭୂମିରେ କାଜୁ ଚାଷ କରାଯାଇଥାଏ । ସେଠାକାର ଲୋକମାନେ କାଜୁର ନିଲାମ ଡାକି ଶସ୍ତାରେ ଡ୍ରାଏ ଫ୍ରୁଟସ ବିକ୍ରି କରିଥାନ୍ତି ।

ତେବେ ସେଠାରେ ଚାଷ କରିବା ପାଇଁ ବିଶେଷ ସୁବିଧା ନାହିଁ, ତଥାପି ଚାଷୀମାନେ କ୍ଷେତକୁ ନେଇ ବହୁତ ଖୁସି ଥାଆନ୍ତି । ଏନେଇ ଜାମତାରାର କୃଷକମାନେ କୁହନ୍ତି, କିଛିବର୍ଷ ପୂର୍ବରୁ ସେଠାକାର ଜଣେ ପୂର୍ବତନ ଡେପୁଟି କମିସନର ଓଡ଼ିଶାର କୃଷି ବୈଜ୍ଞାନିକଙ୍କ ସହାୟତାରେ ଭୂମି ପରୀକ୍ଷା କରି ଡ୍ରାଏ ଫ୍ରୁଟସ ଚାଷ ଆରମ୍ଭ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟରେ ସେଥିରେ ଭଲ ରେଜଲ୍ଟ ଦେଖିବାକୁ ମିଳିଥିଲା । ତେବେ ଚାଷ ଉପରେ ଠିକ ଭାବେ ନଜର ରଖାଯାଇ ପାରୁ ନଥିବାରୁ ଫସଲ ଚୋରି ହୋଇଯାଇଥାଏ । ତେଣୁ ଚାଷୀମାନେ କମ୍ ଦାମରେ କାଜୁକୁ ବିକ୍ରି କରିଦେଇଥାନ୍ତି ।

Get real time updates directly on you device, subscribe now.