fbpx

ପରିବା ଦୋକାନକୁ ମାଡ଼ିଗଲା ଗାଡ଼ି: ୨ମୃତ, ୨ ଗୁରୁତର

ଖଲ୍ଲିକୋଟ: ପ୍ରତିଦିନ ରାଜ୍ୟରେ ବଡ଼ ବଡ଼ ଦୁର୍ଘଟଣା ଦେଖାଯାଉଥିବା ବେଳେ ଆଜି ଏକ ଦୋକାନ ଉପରେ ଗାଡ଼ି ଚଢାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କ ମୃତ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଖଲିକୋଟ ଠାରେ ଏକ ଭ୍ୟାନ ପରିବା ଦୋକାନ ଉପରେ ଚଢାଇଦେଇଛି । ଫଳରେ ସାଙ୍ଗେସାଙ୍ଗେ ୨ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଏହା ଋମ୍ଭା ଥାନା ଗୁରୁଡିଗଡ଼ ଓଭରବ୍ରିଜ୍ କଡ ପରିବା ଦୋକାନ ଉପରକୁ ଏହି ଭ୍ୟାନଟି ମାଡ଼ିଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଁଚି ୨ ମହିଳାଙ୍କ ମୃତ୍ୟୁ ଅନ୍ୟ ୨ଜଣ ଗୁରୁତର ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ମୃତଦେହ ଉଦ୍ଧାର କରାଯିବା ସହ ୨ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସିତ ପାଇଁ ପଠାଯାଇଛି । ତେବେ ଦୁର୍ଘଟଣା ପରେ ଗାଡ଼ି ଡ଼୍ରାଇଭର ଫେରାର ହୋଇଛନ୍ତି । ଗାଡ଼ି ଡ଼୍ରାଇଭରର ଫେରାରକୁ ନେଇ ସେ ନିଶାମୁକ୍ତ ଥିବା ନେଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.