fbpx

ବାଲିଗୁଡ଼ାର ଏକ ଘରୋଇ ସ୍କୁଲରେ ବିସ୍ଫୋରଣ: ୩ ଛାତ୍ର ଗୁରୁତର

ବାଲିଗୁଡ଼ା: ବାଲିଗୁଡ଼ାର ଏକ ଘରୋଇ ସ୍କୁଲରେ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ୩ ଜଣ ଛାତ୍ର ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ରୁତୁଙ୍ଗିଆ ଠାରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଏହି ଅଘଟଣ ଘଟିଛି ।

ତେବେ ଖେଳ ଛୁଟିରେ ୩ ଜଣ ପିଲା ବସିଥିବା ବେଳେ ଅଜଣା ବସ୍ତୁରୁ ବିସ୍ଫୋରଣ ହୋଇଥିଲା । ଜଣେ ପିଲା ସାଥିରେ ଆଣି ଆସିଥିବା ଅଜଣା ବସ୍ତୁରୁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଅଜଣା ବସ୍ତୁଟିକୁ ଅନ୍ୟମାନଙ୍କୁ ଦେଖାଉଥିବା ବେଳେ ତାହା ଫୁଟିଥିଲା । ବିସ୍ଫୋରଣରେ ଜଣେ ଛାତ୍ରଙ୍କ ହାତ ପାପୁଲି ପୂରା ଛିନଛତ୍ର ହୋଇଯାଇଛି । ଗୁରୁତର ୩ ଛାତ୍ରଙ୍କୁ ପ୍ରଥମେ ବାଲିଗୁଡା ନିଆଯାଇଥିଲା ଓ ପରେ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.