fbpx

ନୂଆ ଇତିହାସ ଲେଖିବ ‘Daman’: ଦେଶର ୫୦୦ଟି ହଲରେ ରିଲିଜ୍ ହେଲା ହିନ୍ଦି ଭର୍ସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଦର୍ଶକଙ୍କ ହୃଦୟକୁ ଜୟ କରିବା ପରେ ଏବେ ଜାତୀୟ ସ୍ତରରେ ନୂଆ ଇତିହାସ ଲେଖିବାକୁ ଯାଉଛି ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଦମନ’ । ଗତବର୍ଷ ନଭେମ୍ବର ମାସ ୪ ତାରିଖରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ନେଇ ଆଜି ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଗର୍ବରେ ଫାଟି ପଡ଼ୁଛି । ଗତମାସରେ ଫିଲ୍ମର ହିନ୍ଦି ଡବିଂର ଟ୍ରେଲର ସର୍ବଭାରତୀୟ ସ୍ତରରେ ରିଲିଜ୍ ହୋଇଥିବା ବେଳେ ଆଜି ଦେଶର ୫୦୦ଟି ହଲରେ ଫିଲ୍ମର ହିନ୍ଦି ଭର୍ସନ ରିଲିଜ୍ ହୋଇଛି ।

ତେବେ ଆଜି ଫିଲ୍ମର ହିନ୍ଦି ରିଲିଜ୍ ଅବସରରେ ‘ଦମନ’ର ସମସ୍ତ କଳାକାରମାନେ ମୁମ୍ବାଇ ଗସ୍ତ କରିଛନ୍ତି । ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ଶୋ’ କରାଯାଇଛି । ରାଜ୍ୟରେ ଫିଲ୍ମଟି ୪୩ଟି ହଲରେ ରିଲିଜ୍ ହୋଇଥିବା ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଏହି ଫିଲ୍ମ ଦେଇଥିଲା ଏକ ନୂଆ ରାହା । ଦେଶର ପ୍ରମୁଖ ୬ଟି ବଡ଼ ସହରରେ ଫିଲ୍ମଟି ମୁକ୍ତିଲାଭ କରିବା ପରେ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାର ହିନ୍ଦି ଡବ୍ କରାଯାଇଥିଲା ।

ଏହି ଫିଲ୍ମଟି ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ସିନେମା ଘରକୁ ଆସିଥିଲା ‘ଦମନ’ । ତେବେ ଏହି ଫିଲ୍ମକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଥିଲେ । ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲ ରହିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ଫିଲ୍ମର ସମସ୍ତ ଗୀତକୁ ସୁମଧୁର ସଂଗୀତରେ ସଜାଇଥିଲେ ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ ।

Get real time updates directly on you device, subscribe now.