fbpx

ପୁଣି ହସିବେ ପିଣ୍ଟୁ, ଏହି କଳାକାର ମାନେ ବଢାଇଲେ ସହାୟତାର ହାତ

ଭୁବନେଶ୍ୱର: ଓଡ଼ିଶା ଫିଲ୍ମ ଜଗତର ସୁପରିଚିତ କଳାକାର ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେ ଗତ ଫେବୃଆରୀ ୧ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡ଼ାକ୍ତରଙ୍କ କହିବା ମୁତାବକ ପିଣ୍ଟୁ ନନ୍ଦ ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିବା ହେତୁ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ଦରକାର । ସେଥିପାଇଁ ଅନେକ କଳାକାର ପିଣ୍ଟୁନନ୍ଦଙ୍କୁ ସହାୟତାର ହାତ ବଢାଇଛନ୍ତି ।

ପିଣ୍ଟୁ ନନ୍ଦଙ୍କ ଏହି ସ୍ୱାସ୍ଥ୍ୟବସ୍ଥାକୁ ନେଇ ତାଙ୍କୁ ଭଲପାଉଥିବା କଳାକାର ଏବଂ ଦର୍ଶକ ମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ପିଣ୍ଟୁ ନନ୍ଦ ପୁଣି ହସିବେ, ପୁଣି ଉଠି ରୋଲ କରିବେ ବୋଲି ଅନେକ ପ୍ରଶଂସକ ମତଦେଇଛନ୍ତି । କେବଳ ଦର୍ଶକ ନୁହଁନ୍ତି ତାଙ୍କୁ ଭଲ ପାଉଥିବା ପ୍ରତିଟି ବ୍ୟକ୍ତି ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏପରି ସ୍ଥିତିରେ ପୁଞ୍ଜିପତି ତଥା ସମାଜସେବୀ ଅମିୟ କାନ୍ତ ଦାଶ ସାମ୍ନାକୁ ଆସି ଆର୍ଥିକ ସହାୟତାର ହାତ ବଢାଇଛନ୍ତି। ସେ ସସ୍ୱେହୃଦୟରେ ପିଣ୍ଟୁ ଙ୍କ ଖାତାକୁ 2 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଆଗାମୀ ସମୟରେ ସେ ଆହୁରି ଟଙ୍କା ବ୍ୟବସ୍ଥା କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପଟେ ବିବାଦୀୟ ଅଭିନେତ୍ରୀ ନିଶା ମହାରଣା ମଧ୍ୟ ତାଙ୍କୁ ଦେଖା କରିବା ସହ ନିଜ ସକ୍ଷମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଗକୁ ମଧ୍ୟ ସମ୍ଭବ ଅନୁଯାୟୀ ସେ ସହାୟତା କରିବେ ଏବଂ ସମସ୍ତ ରାଜ୍ୟବାସୀ ସାମ୍ନାକୁ ଆସନ୍ତୁ ବୋଲି ସେ କହିଛନ୍ତି। ସେହିପରି ପିଣ୍ଟୁଙ୍କ ସାଙ୍ଗ ସାଥି ତାଙ୍କ ପାଇଁ ଏକ ଡ୍ରାଇଭ ଆରମ୍ଭ କରିଛନ୍ତି। ଆଗାମୀ ସମୟରେ ଏହାହିଁ ପିଣ୍ଟୁ ନନ୍ଦ ଙ୍କୁ ସୁସ୍ଥ କରିବ ବୋଲି କହିଛନ୍ତି ତାଙ୍କ ସାଙ୍ଗ।

କେବଳ ପ୍ରସଂଶକ ନୁହଁନ୍ତି ଏହାସହ ସାରା ରାଜ୍ୟବାସୀ ତାଙ୍କ ପାଇଁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହା ସହ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଉଠିବେ ପିଣ୍ଟୁ, ହସିବେ ପିଣ୍ଟୁ, ହସାଇବେ ପିଣ୍ଟୁ। ଏଥିପାଇଁ ନିଶା ମହାରଣା, ମିଟୁ ମିଥୁନ, ପ୍ରଯୋଜକ ସଂଜୟ ନାୟକ, ସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନ କୁମାର ପରି ଅନେକ କଳାକାର ପ୍ରଯୋଜକ ନିର୍ଦ୍ଦେଶକ ଏବଂ କଳାପ୍ରେମୀ ତାଙ୍କ ଅଶ୍ୱଆରୋଗ୍ୟ କାମନା କରିବା ସହ ସହୟତାର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.