fbpx

(Video) ନିଶା ଛଡ଼ାଇବାର ନୂଆ ମେଡିସିନ୍: ମଦ୍ୟପ ସ୍ୱାମୀଙ୍କୁ ପାଣିରେ ବୁଡ଼ାଇଲେ-ଉଠାଇଲେ ମହିଳା

ନୂଆଦିଲ୍ଲୀ: ଆଜିର ସମୟରେ ମଦନିଶା ହେଉଛି ଏକ ଭୟଙ୍କର ନିଶା । ମଦ ନିଶା କାରଣରୁ ଅନେକ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନୀ ହେଉଛି । ଏଥିସହିତ ଅନେକ ସମୟରେ ମଦ୍ୟପ ଯୁବକ ଓ ଯୁବତୀମାନେ ସର୍ବସାଧାରଣରେ ହଙ୍ଗାମା କରିବାକୁ ପଛାଇ ନଥାନ୍ତି । ତେବେ ଜଣେ ମହିଳା ତାଙ୍କର ମଦ୍ୟପ ସ୍ୱାମୀଙ୍କ ନିଶା ଛଡ଼ାଇବାକୁ ଏକ ନୂଆ ତରିକା ଆପଣାଇଛନ୍ତି ।

ସ୍ୱାମୀଙ୍କ ମଦନିଶା ଛଡ଼ାଇବାକୁ ଜଣେ ମହିଳା ଏକ ନୂଆ ତରିକା ଆପଣାଇଥିଲେ । ମହିଳା ତାଙ୍କ ସ୍ୱାମୀଙ୍କ ମୁଣ୍ଡକୁ ଧରି ପାଣିରେ ପାଞ୍ଚ ଥର ବୁଡ଼ାଇଥିଲେ ଆଉ ଉଠାଇଥିଲେ । ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖିବାକୁ ୟୁଜର୍ସ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ପ୍ରଦାନ କରିଥିଲେ । ଏହି ଭିଡିଓଟିକୁ ଜଣେ ୟୁଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଶେୟାର କରିଥିଲେ ।

ତେବେ ଏହି ଭିଡିଓର କ୍ୟାପସନରେ ସ୍ପାନିଶ ଭାଷାରେ ଲେଖାଯାଇଥିଲା ‘ନିଶା ଛଡ଼ାଇବାର ଅଜବ ଉପାୟ ।’ ତେଣୁ ଏହି ଘଟଣାଟି ଭାରତ ବାହାରେ ଘଟିଥିବା କୁହାଯାଉଛି । ମହିଳା ଜଣଙ୍କ ଯୁବକଙ୍କୁ ପାଣିରେ ବୁଡ଼ାଇବା ସହିତ ଗଛର ଏକ ଛୋଟିଆ ପାଖୁଡ଼ାରେ ଝଡ଼ାଫୁଙ୍କା କରୁଥିଲେ । ଲାଗୁଥିଲା ସତେ ଯେମିତି ମହିଳା ଜଣଙ୍କ କିଛି ତନ୍ତ୍ରମନ୍ତ୍ରର ପ୍ରୟୋଗ କରୁଛନ୍ତି । ତେବେ ଏହି ଘଟଣାରେ ମହିଳା ଜଣଙ୍କ ମାନବିକତାର ଉଲ୍ଲଂଘନ କରିଥିବା ଜଣେ ୟୁଜର କମେଣ୍ଟ କରିଛନ୍ତି । ସେହିପରି ଯଦି ଏହି ଘଟଣା ପତ୍ନୀଙ୍କ ସହିତ ଘଟିଥାନ୍ତା ତେବେ ଏତେବେଳକୁ ହଡ଼କମ୍ପ ମଚିସାରନ୍ତାଣି ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି ।

Get real time updates directly on you device, subscribe now.