fbpx

Agniveer ନିଯୁକ୍ତି ପ୍ରକ୍ରିୟା ବଦଳିଲା: ଭାରତୀୟ ସେନା ସେନା ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାର ନାମାଙ୍କନ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରାଯାଇଛି । ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ବଦଳଯିବା ନେଇ ଭାରତୀୟ ସେନା ପକ୍ଷରୁ ଘୋଷଣା କରାଯାଇଛି । ଏଣିକି ସେନାରେ ସାମିଲ ହେବାକୁ ହେଲେ ପ୍ରାର୍ଥୀଙ୍କୁ ୩ଟି ପର୍ଯ୍ୟାୟ ଦେଇ ଯିବାକୁ ପଡ଼ିବ । ଏ ବାବଦରେ ଭାରତୀୟ ସେନା ପକ୍ଷରୁ ଏକ ବିଜ୍ଞାପନ ଜାରି କରାଯିବା ସହିତ ଅଗ୍ନିବୀର ଭର୍ତ୍ତିର ତିନୋଟି ସୋପାନ ବିଷୟରେ ସବିଶେଷ ସୂଚନା ପ୍ରଦାନ କରାଯାଇଛି ।

ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ପାଇଁ ପୂର୍ବରୁ ସାରା ଦେଶରେ ୨୦୦ରୁ ଅଧିକ ସ୍କ୍ରିନିଂ ସେଣ୍ଟରରେ ଲକ୍ଷ ଲକ୍ଷ ଆଶାୟୀଙ୍କ ସହିତ ବହୁସଂଖ୍ୟକ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ଆଶାୟୀଙ୍କୁ ପ୍ରଥମେ ଶାରୀରିକ ଫିଟନେସ ଟେଷ୍ଟ ଦେବାକୁ ପଡ଼ୁଥିଲା । ଏହାପରେ ମେଡିକାଲ ଓ ତା’ପରେ ଏଣ୍ଟ୍ରାନ୍ସ ଟେଷ୍ଟ ଦେବାକୁ ପଡ଼ୁଥିଲା । ଫାଇନାଲ ମେରିଟ ଲିଷ୍ଟରେ ଶର୍ଟଲିଷ୍ଟ ହେଉଥିବା ପ୍ରାର୍ଥୀଙ୍କୁ ଟ୍ରେନିଂ ଦିଆଯାଉଥିଲା । ମାତ୍ର ଏବେ ଏହି ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି ।

ଭାରତୀୟ ସେନା ସୂତ୍ରରୁ ଜଣାପଡ଼ିଛି ଯେ, ଇଣ୍ଡିଆନ ଆର୍ମିରେ ସାମିଲ ହେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପ୍ରଥମେ ନାମାଙ୍କନ କେନ୍ଦ୍ରରେ ଏକ ଅନଲାଇନ୍ କମନ ଏଣ୍ଟ୍ରାନ୍ସ ପରୀକ୍ଷା (ସିଇଇ) ଦେବାକୁ ପଡ଼ିବ । ଏହାପରେ ଭର୍ତ୍ତି ରାଲିରେ ଫିଜିକାଲ ଫିଟନେସ ଟେଷ୍ଟ ଓ ତା’ପରେ ମେଡିକାଲ ଟେଷ୍ଟର ଆୟୋଜନ କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍କ୍ରିନିଂ ମାଧ୍ୟମରେ କେବଳ ଯୋଗ୍ୟ ପ୍ରାର୍ଥୀଙ୍କୁ ଫିଜିକାଲ ଓ ମେଡିକାଲ ଟେଷ୍ଟ ପାଇଁ ଡକାଯିବ । ଏହାଫଳରେ ରାଲିର ଆୟୋଜନ ଖର୍ଚ୍ଚ କମିବା ସହିତ ପ୍ରଶାସନିକ ଓ ଲଜିଷ୍ଟିକ୍ସ ବୋଝ ମଧ୍ୟ ହ୍ରାସ ପାଇବ ।

Get real time updates directly on you device, subscribe now.