fbpx

ଆପଣ ଡେଙ୍ଗୁ ମେଲିରିଆରୁ ସୁସ୍ଥ ହୋଇଛନ୍ତି କି ? ଅପଣଙ୍କୁ ହେବନି କରୋନା !

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ମେଲେରିଆ ଓ ଡେଙ୍ଗୁ ପ୍ରଭାବିତ ଅଂଚଳରେ କରୋନା ଗାୟବ । ରିସର୍ଚ୍ଚ ରୁ ଏକଥା ସ୍ପଷ୍ଠ ହୋଇଛି । ବିଶ୍ୱ ସାରା ଯେଉଁ ଯେଉଁ ଅଂଚଳ ମେଲେରିଆ ବା ଡେଙ୍ଗୁ ଦ୍ୱାରା ପ୍ରଭାବିତ ହୁଅନ୍ତି ସେ ସବୁ ଅଂଚଳର ଲୋକଙ୍କୁ କରୋନା ଗ୍ରାସ କରୁନାହିଁ । ଗବେଷକଙ୍କ ମତରେ ମେଲେରିଆ ଓ ଡେଙ୍ଗୁ ର ଚିକିତ୍ସା ସମୟରେ ଖାଉଥିବା ମେଡିସିନ ଯୋଗୁଁ ଲୋକଙ୍କ ଦେହରେ ଆଣ୍ଟିବଡିଜ ରହୁଛି । ତେଣୁ ସହଜରେ କରୋନା ସଂକ୍ରମଣ କରୁନାହିଁ ।ଯଦିବି ଲୋକେ କରୋନା ସଂକ୍ରମିତ ହେଉଛନ୍ତି କିନ୍ତୁ ତାଙ୍କ ନିକଟରେ କରୋନା ର ଲକ୍ଷଣ ଦେଖିବାକୁ ମିଳୁନାହିଁ । ବ୍ୟକ୍ତିଟି ବିନା ଚିକିତ୍ସାରେ ମଧ୍ୟ ଭଲ ହୋଇଯାଉଛନ୍ତି । ତେଣୁ ମେଲିରିଆ ,ଡେଙ୍ଗୁ ଓ କରୋନା ଭିତରେ କି ସାମଂଜସ୍ୟ ରହିଛି ସେନେଇ ଆରମ୍ଭ ହୋଇଛି ପରୀକ୍ଷା ନିରୀକ୍ଷା । ଖୁବଶୀଘ୍ର ଏନେଇ ତଥ୍ୟ ଆସିବା ନେଇ ଆଶା ରହିଛି । ମଧ୍ୟପ୍ରଦେଶରେ କରୋନା ତାଣ୍ଡବ ରଚୁଥିବା ବେଳେ ରାଜ୍ୟର କିଛି ଜିଲ୍ଲା ଏଭଳି ଭି ଅଛି ଯେଉଁଠି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ । କିନ୍ତୁ ଏହି ସବୁ ଜିଲ୍ଲାରେ ମେଲିରିଆ ଓ ଡେଙ୍ଗୁର ପ୍ରକୋପ ଅଧିକ ଦେଖାଯାଇଥାଏ ।

Get real time updates directly on you device, subscribe now.