fbpx

ଗ୍ରାମୀଣ ବିକାଶ ବିଭାଗରେ ଡ୍ରାଇଭର, ଆସିଷ୍ଟାଣ୍ଟ ସମେତ ଅନେକ ପଦବୀରେ ନିଯୁକ୍ତି: ୪୦ ହଜାର ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ

ନୂଆଦିଲ୍ଲୀ: ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ବାହାରିଛି । ପଶ୍ଚିମବଙ୍ଗ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆସୁଥିବା ବିସ୍ତୃତ କ୍ଷେତ୍ର ବିକାଶ ନିଗମ ଏକ ବିଜ୍ଞପ୍ତି ଜାରି କରି ପ୍ରୋଗ୍ରାମ କୋର୍ଡିନେଟର, ପ୍ରୋଗ୍ରାମ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, ଆସିଷ୍ଟାଣ୍ଟ ଡ୍ରାଇଭର, ସପୋର୍ଟ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି ।

ଅଫଲାଇନ୍ ମୋଡରେ ପୋଷ୍ଟଗୁଡିକ ପାଇଁ ଆବେଦନ ଦାଖଲ କରାଯାଇପାରିବ । ମାର୍ଚ୍ଚ ୭ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିଛି । ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ ଫର୍ମ ପୂରଣ କରିବାକୁ ପଡିବ ଏବଂ ଏହାକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ବିଜ୍ଞପ୍ତିରେ ଦିଆଯାଇଥିବା ଠିକଣାକୁ ପଠାଇବାକୁ ପଡିବ । ମାର୍ଚ୍ଚ ୭ ସୁଦ୍ଧା ଆବେଦନଗୁଡିକ ପହଞ୍ଚିବା ଆବଶ୍ୟକ । ବିଜ୍ଞପ୍ତିରେ ଆବେଦନର ଫର୍ମାଟ୍ ଉପଲବ୍ଧ କରାଯାଇଛି ।

ଯୋଗ୍ୟତା :-
ପ୍ରୋଗ୍ରାମ କୋର୍ଡିନେଟର – ସମ୍ପୃକ୍ତ କ୍ଷେତ୍ରରେ ଡକ୍ଟରାଲ୍ ଡିଗ୍ରୀ ।
ମ୍ୟାଟର ସ୍ପେଶାଲିଷ୍ଟ – କୃଷି କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ଶାଖାଗୁଡ଼ିକରେ ମାଷ୍ଟର ଡିଗ୍ରୀ ।
ପ୍ରୋଗ୍ରାମ ଆସିଷ୍ଟାଣ୍ଟ – ସମ୍ବନ୍ଧିତ ବିଷୟରେ ଗ୍ରାଜୁଏସନ୍
ଫାର୍ମ ମ୍ୟାନେଜର – ଗ୍ରାଜୁଏସନ
ଷ୍ଟେନୋଗ୍ରାଫର – ଗ୍ରାଜୁଏସନ ସହିତ କମ୍ପ୍ୟୁଟର ଜ୍ଞାନ ଏବଂ ଷ୍ଟେନୋଗ୍ରାଫିରେ ପ୍ରମାଣପତ୍ର ।
ଆସିଷ୍ଟାଣ୍ଟ – କମ୍ପ୍ୟୁଟର ଜ୍ଞାନ ସହିତ ଅନର୍ସରେ ସ୍ନାତକୋତ୍ତର ।
ଡ୍ରାଇଭର – ମାଧ୍ୟମିକ ପାସ୍ ସହିତ ବୈଧ ଲାଇସେନ୍ସ ।
ସପୋର୍ଟ ଷ୍ଟାଫ୍ – କମ୍ପ୍ୟୁଟର ଚଳାଇବାର ଜ୍ଞାନ ସହିତ ଆଇଟିଆଇ ପାସ୍ ।

ଦରମା :-
ପ୍ରୋଗ୍ରାମ କୋର୍ଡିନେଟର, ସବଜେକ୍ଟ ମ୍ୟାଟର ସ୍ପେଶାଲିଷ୍ଟ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ, ଫାର୍ମ ମ୍ୟାନେଜର – ୯୦୦୦ ରୁ ₹ ୪୦୫୦୦ ।
ଷ୍ଟେନୋଗ୍ରାଫର୍ ଆସିଷ୍ଟାଣ୍ଟ – ୭୧୦୦ ରୁ ୩୭୬୦୦ ।
ଡ୍ରାଇଭର – ୫୪୦୦ ରୁ ନେଇ ₹ ୨୫୨୦୦ ପର୍ଯ୍ୟନ୍ତ ।

Get real time updates directly on you device, subscribe now.