ଅଦନ: ତୁର୍କୀ ଏବଂ ପଡୋଶୀ ଦେଶ ସିରିଆରେ ସୋମବାର ଦିନ ୩ଟି ଶକ୍ତିଶାଳୀ ଭୁମିକମ୍ପ ହୋଇ ବର୍ତ୍ତମାନ ସୁଦ୍ଧା ୩୮୦୦ ରୁ ଅଧିିକ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହା ବ୍ୟତୀତ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଭୂମିକମ୍ପ ହେବା ଦ୍ୱାରା ଅନେକ ଧନ ଜୀବନ ନଷ୍ଟ ହୋଇଛି । ଅଖି ସାମ୍ନାରେ ଅନେକ ବଡ଼ ବଡ଼ ବିଲ୍ଡିଂ ଭୁଷୁଡ଼ି ପଡ଼ିବାର ଦୃଶ୍ୟ ସାମ୍ନାକୁ ଅସିଛି ।
ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଖୋଜାଯାଉଥିବା ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସୂର୍ଯ୍ୟୋଦୟ ପୂର୍ବରୁ ଉଭୟ ଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ଥଣ୍ଡା ଏବଂ ବର୍ଷା ସତ୍ତ୍ୱେ ଲୋକମାନଙ୍କୁ ବାହାରକୁ ଆସିବାକୁ ପଡ଼ିଲା । ଭୂକମ୍ପ ପରେ ମଧ୍ୟ ସେଠାରେ କମ୍ପନ ଅନୁଭୂତ ହେଉଛି।
ବିଭିନ୍ନ ସହରରେ ଉଦ୍ଧାର କର୍ମଚାରୀ ଏବଂ ବାସିନ୍ଦା ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକାରୁ ବଞ୍ଚିଥିବା ଲୋକଙ୍କୁ ବାହାର କରିବାରେ ବ୍ୟସ୍ତ ଅଛନ୍ତି। ଭୂକମ୍ପରେ ନଷ୍ଟ ହୋଇଥିବା ତୁର୍କୀ ଡାକ୍ତରଖାନା ଏବଂ ସିରିଆର ଅନେକ ଡାକ୍ତରଖାନାରୁ ନବଜାତ ଶିଶୁଙ୍କ ସମେତ ରୋଗୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଉଛି। ଏହି ଦୁର୍ଘଟଣା ସମ୍ପର୍କରେ ତୁର୍କୀ ରାଷ୍ଟ୍ରପତି ରେସିପ ତାଇଇନ୍ ଏରଡୋଗାନ୍ କହିଛନ୍ତି ଯେ, ଭୂକମ୍ପ ଅଞ୍ଚଳରେ ଅନେକ ଅଟ୍ଟାଳିକାର ଭଗ୍ନାବଶେଷକୁ ହଟାଇବା କାମ ଜାରି ରହିଛି। ମୃତ ଓ ଆହତଙ୍କ ସଂଖ୍ୟା କେତେ ବଢିବ ତାହା ବର୍ତ୍ତମାନ ଆକଳନ କରାଯାଇନାହିଁ ।
ତୁର୍କୀ ରାଷ୍ଟ୍ରପତି ରସିପ୍ ତାଇପ ଏର୍ଡୋଗାନ ଭୁକମ୍ପର ଭୟାଭୟକୁ ଦୃଷ୍ଟିରେ ରଖି ଜରୁରୀକାଳିନ ବୈଠକ ଡକାଇଛନ୍ତି। ଯେଉଁଥିରେ ପିଡ଼ିତଙ୍କୁ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ନିଷ୍ପତି ହୋଇଛି। ଏଭଳି ସ୍ଥିତିରେ ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତା ପାଇଁ ଭାରତ ଉଦ୍ଧାରକାରୀ ଦଳ ଏବଂ ରିଲିଫ ରିଲିଫ ସାମଗ୍ରୀ ପଠାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତୁର୍କୀରେ ହୋଇଥିବା ଭୂକମ୍ପରେ ଲୋକଙ୍କ ମୃତ୍ୟୁକୁ ସମବେଦନା ଜଣାଇ କହିଛନ୍ତି ଯେ ଏହି ଦୁଃଖଦ ଘଟଣାର ମୁକାବିଲା ପାଇଁ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ।