fbpx

ସାପକୁ ଦେଉଥିଲେ ଚୁମ୍ବନ, ମୁହଁରେ ପୁରାଉଥିଲେ ଆଙ୍ଗୁଠି, ଶେଷରେ ଏପରି ଚାଲିଗଲା ଜୀବନ

ଉତ୍ତରପ୍ରଦେଶ: ସାଧାରଣତଃ ଲୋକେ ସାପ ଦେଖିବା ମାତ୍ରେ ଡ଼ରି ଭୟଭୀତ ହୋଇଯାଆନ୍ତି କିନ୍ତୁ ଏପରି ଲୋକେ ଅଛନ୍ତି ଯେଉଁମାନେ ସାପ ସହ ଖେଳନ୍ତି, ସେମାନଙ୍କୁ ଆଦୌଂ ଡର ଲାଗିନଥାଏ । ପୂର୍ବ କାଳରେ ସାପୁଆମନେ ସାପଙ୍କୁ ପେଡ଼ିରେ ପୂରାଇ ଗାଁ ଗାଁ ବୁଲି ଲୋକଙ୍କୁ ମନୋରଞ୍ଜନ କରାଉଥିଲେ । ହେଲେ ବେଳେବେଳେ ଏହି ସାପ ମାନେ ତାଙ୍କ ଚୋଟରେ ଜୀବନ ଧ୍ୱଂସ କରିଦିଅନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ସେଠାରେ ସନ୍ତୋଷ ନାମକ ଜଣେ ୪୦ ବର୍ଷୀୟ ବ୍ୟକ୍ତି ସାପ ସହ ଖେଳୁଥିଲେ ହେଲେ ଶେଷରେ ତାଙ୍କ ଜୀବନ ଚାଲିଯାଇଛି ।

ସୂଚନା ମୁତାବକ, ସନ୍ତୋଷ ତାଙ୍କ ପଡୋଶୀଙ୍କ ଘରୁ ଏକ ବିଷାକ୍ତ ସାପ ଧରିଥିଲେ । ସନ୍ତୋଷ ସେହି ସାପକୁ ଆଣି ତା ପାଟିରେ ନିଜ ଆଙ୍ଗୁଠି ପୁରାଇଲେ, ତା ମୁହଁକୁ ଚୁମ୍ବନ ଦେଉଥିଲେ, ବେକରେ ବୁଲାଇ ଅନେକ ପ୍ରକାର ଅଜବ ଆଚରଣ ମଧ୍ୟ କରୁଥିଲେ । ଏହିସବୁ ଆଚରଣ ନ କରିବା ପାଇଁ ତାଙ୍କ ଗାଁ ଲୋକେ ମନା କରିଥିଲେ । ହେଲେ ସନ୍ତୋଷ ସେମାନଙ୍କ କଥା ଶୁଣିନଥିଲେ । କହିବାକୁ ଗଲେ ସନ୍ତୋଷ ଏକ ସାପ ଧରାଳି ସେ ବହୁ ଗୁଡ଼ିଏ ସ୍ଥାନରୁ ବିଷାକ୍ତ ସାପ କାଢିବାକୁ ଯାଆନ୍ତି । ସେଥିପାଇଁ ତାଙ୍କ ପାଖ ପଡୋଶୀଙ୍କ ଘରେ ସାପ ପଶିଯାଇଥିବାରୁ ସେ ସନ୍ତୋଷଙ୍କୁ ଡ଼ାକିଥିଲେ । ସେଠାରେ ସେ ୧୦ ମିନିଟ ମଧ୍ୟରେ ସାପକୁ ଧରି ନେଇ ବାହାରକୁ ଆସି ତା ସହ ଏପରି ଆଚରଣ କରିଥିଲେ ।

ସେ ଗାଁ ଲୋକ ମାନଙ୍କ ଆଗରେ ସାପ ସହ ଏପରି ଖେଳିବାକୁ ଲାଗିଥିଲେ । ବହୁବାର ଲୋକ ମନା କଲା ସତ୍ତେ୍ୱ ସେ ସେମାନଙ୍କ କଥା ଆଦୌଂ ଶୁଣିନଥିଲେ । କେତେବେଳେ ସେ ଭୂମି ଉପରେ ସାପକୁ ପକାଉଥିଲେ ତ କେତେବେଳେ ବେକରେ ପକାଉଥିଲେ । ଏହି ସମୟରେ ସାପ ସନ୍ତୋଷଙ୍କୁ ଚୋଟ ମାରିଥିଲା । ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ଜିଲ୍ଲା ହସ୍ପିଟାଲ ପଠାଇଥିଲେ ହେଲେ ସେହି ସମୟରେ ସନ୍ତୋଷଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.