fbpx

ଇଏମଆଇ ଫାଇନ୍ ଉପରେ ଲାଗିଲା RBIର କଟକଣା

ନୂଆଦିଲ୍ଲୀ: ଆର୍ବିଆଇର ମନିଟାରୀ ପିଲିସି କମିଟି ବୈଠକରେ ଆଜି କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରେପୋ ରେଟକୁ ପୁଣି ୨୫ ବେସିସ୍ ପଏଣ୍ଟ ବଢ଼ାଇଛି ରିଜର୍ଭ ବ୍ୟାଙ୍କ୍ । ଫଳରେ ବ୍ୟାଙ୍କ ଲୋନ୍ ମହଙ୍ଗା ହୋଇଛି । ଯାହାଫଳରେ ଋଣ ପାଇଁ ଅଧିକ ଇଏମଆଇ ଦେବାକୁ ପଡ଼ିବ ।

ଗ୍ରାହକମାନେ ଠିକ୍ ସମୟରେ ଇମଆଇ ନ ଭରୁଥିବାରୁ ବ୍ୟାଙ୍କ କିମ୍ବା ଏନବିଏଫସି (ନନ୍ ବ୍ୟାଙ୍କ ଫାଇନାନ୍ସିଆଲ୍ ଇନଷ୍ଟିଚ୍ୟୁସନ)ଗୁଡିକ ମନ ଇଚ୍ଛା ଫାଇନ ପକାଇଥାନ୍ତି । ଯାହାଫଳରେ ବାଧ୍ୟ ହୋଇ ଗ୍ରାହକମାନେ ଏହି ପେନାଲ୍ଟି ଦେଉଥିଲେ । ଏବେ ଆରବିଆଇ ଏହି ଫାଇନ୍ ଉପରେ କଟକଣା ଲଗାଇବ । ଯାହାଫଳରେ ଠିକ୍ ସମୟରେ ଇଏମଆଇ ନ ଦେଇଥିବା ଗ୍ରାହକଙ୍କ ଉପରେ ବ୍ୟାଙ୍କ କିମ୍ବା ଏନ୍ବିଏଫସିଗୁଡିକ ଆଉ ମନ ଇଚ୍ଛା ଫାଇନ ଲଗାଇ ପାରିବେ ନାହିଁ । ଏଥିପାଇଁ ଫାଇନ୍ ରାଶି କେତେ ହେବ ତାହା ଆରବିଆଇ ସ୍ଥିର କରିବ ବୋଲି ମନିଟାରି ପଲିସି କମିଟିରେ ନିଷ୍ପତ୍ତି ହୋଇଛି ।

କାରଣ ଏନବିଏଫସି ଦ୍ୱାରା ଲଗାଯାଉଥିବା ଫାଇନ ଏକ ଆୟର ଜରିଆ ହେବା ଉଚିତ ନୁହେଁ ବୋଲି ଆରବିଆଇ କହିଛି । ମନିଟାରି ପଲିସିର ଘୋଷଣା ବେଳେ ଆରବିଆଇ ଗଭର୍ଣ୍ଣରନ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଉଚିତ ସମୟରେ ଋଣ ପରିଶୋଧ ନ କରିପାରିଲେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥା ପେନାଲ୍ଟି ଚାର୍ଜ ଲଗାଇବାର ପଲିସି ରହିଛି । କିନ୍ତୁ ଏହି ସଂସ୍ଥାଗୁଡ଼ିକ ନିଜ ନିଜ ପଲିସ ଅନୁସାରେ ପେନାଲ୍ଟି ଲଗାଉଛନ୍ତି । ଫଳରେ ଅନେକ ସମୟରେ ପେନାଲ୍ଟି ଚାର୍ଜ ବହୁତ ଅଧିକା ହୋଇଯାଉଛି ।

Get real time updates directly on you device, subscribe now.