fbpx

ପାଶ୍ଚାତ୍ୟ ସଂସ୍କୃତି ହେତୁ ବୈଦିକ ପରମ୍ପରା ବିଲୁପ୍ତ:Valentines Day ପରିବର୍ତ୍ତେ Cow Hug Day ପାଳନ କରିବାକୁ ଆବେଦନ

ନୂଆଦିଲ୍ଲୀ: ଫେବୃଆରୀ ୧୪ ରେ ଭାଲେଣ୍ଟାଇନ୍ସ ଡେ ସମଗ୍ର ବିଶ୍ୱରେ ପାଳନ କରାଯାଏ ।ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ନିଜର ପ୍ରେମ ବ୍ୟକ୍ତ କରନ୍ତି। ସମଗ୍ର ବିଶ୍ୱ ତଥା ଭାରତର ଲୋକମାନେ ଏହାକୁ ନେଇ ଉତ୍ସାହିତ ଅଛନ୍ତି। କିନ୍ତୁ ଭାରତରେ ବର୍ତ୍ତମାନ ଏହି ଦିନଟି ଏକ ବିଶେଷ ଢଙ୍ଗରେ ପାଳନ କରାଯିବ। ପ୍ରକାଶ ଯେ, ଏହି ଦିନ ମା ଗୋମାତା କୁ ସମ୍ମାନ ଜଣାଇବା ପାଇଁ ‘ଗାଈ ଆଲିଙ୍ଗନ ଦିବସ’ ଭାବରେ ପାଳନ କରାଯିବ। ଅର୍ଥାତ୍ ଏହି ଦିନକୁ Cow Hug Day ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏକ TOI ରିପୋର୍ଟ ଅନୁଯାୟୀ, ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆ (AWBI) ଦ୍ୱାରା ଏକ ଆବେଦନ କରାଯାଇଛି। ପଶୁପାଳନ ଏବଂ ଦୁଗ୍ଧ ବିଭାଗ, ମତ୍ସ୍ୟ ବିଭାଗର ନିର୍ଦ୍ଦେଶରେ ଦକ୍ଷ ଅଧିକାରୀଙ୍କ ଅନୁମୋଦନ କ୍ରମେ ଏହି ଆବେଦନ କରାଯାଇଛି। ଏଥିରେ ଫେବୃଆରୀ ୧୪ କୁ ‘ଗାଈ ଆଲିଙ୍ଗନ ଦିବସ’ ଭାବରେ ପାଳନ କରିବାକୁ ଦେଶର ଗାଈ ପ୍ରେମୀଙ୍କୁ ଏକ ନିବେଦନ କରାଯାଇଛି।

ଏହା ସହିତ, କୁହାଯାଇଛି ଯେ ସମୟ ସହିତ ପାଶ୍ଚାତ୍ୟ ସଂସ୍କୃତି ହେତୁ ବୈଦିକ ପରମ୍ପରା ବିଲୁପ୍ତ ହେବାକୁ ଯାଉଛି, ତେଣୁ ଫେବୃଆରୀ ୧୪ କୁ ‘ଗାଈ ଆଲିଙ୍ଗନ ଦିବସ’ ଭାବରେ ପାଳନ କରିବାକୁ ଏକ ଆବେଦନ କରାଯାଉଛି।

ସୂଚନାମୁତାବକ ୧୯୬୨ ମସିହାରେ ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ, ୧୯୬୦ ର ଧାରା ୪ ଅନୁଯାୟୀ ପ୍ରତିଷ୍ଠିତ ଏହି ବୋର୍ଡ ପଶୁ କଲ୍ୟାଣ ସଂଗଠନକୁ ଅନୁଦାନ ପ୍ରଦାନ କରିଥାଏ ଏବଂ ପଶୁ କଲ୍ୟାଣ ପ୍ରସଙ୍ଗରେ କେନ୍ଦ୍ରକୁ ପରାମର୍ଶ ଦେଇଥାଏ। ତେବେ ବୋର୍ଡ ପ୍ରଥମ ଥର ପାଇଁ ଏଭଳି ଆବେଦନ ଜାରି କରିଛି। AWBI ଆବେଦନରେ କହିଛି ଯେ ଆମେ ସମସ୍ତେ ଜାଣୁ ଯେ ଗାଈ ହେଉଛି ଭାରତୀୟ ସଂସ୍କୃତି ଏବଂ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ। ଗାଈ କୁ ଆଲିଙ୍ଗନ କରିବା ଦ୍ୱାରା ଭାବପ୍ରବଣତା ଆସିବ ଏବଂ ଆମର ବ୍ୟକ୍ତିଗତ ତଥା ସାମୂହିକ ସୁଖ ବଢିବ । ତେଣୁ ଏହି ଦିବସ କୁ ଏଭଳି ଭାବରେ ପାଳନ କରିବାକୁ ଆବେଦନ କରାଯାଇଛି ।

Get real time updates directly on you device, subscribe now.