fbpx

Video: ଭୂକମ୍ପ ପୀଡିତ ତୁର୍କୀକୁ ସହାୟତା ପାଇଁ ‘ଅପରେସନ ଦୋସ୍ତ’କୁ ଜୋରଦାର କଲା ଭାରତ

ନୂଆଦିଲ୍ଲୀ: ଭୁକମ୍ପରେ ଭୟଙ୍କର କ୍ଷୟକ୍ଷତିର ସାମ୍ନା କରିଥିବା ତୁର୍କୀ ଓ ସିରିଆକୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ସହେଯାଗର ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଅପରେସନ୍ ଦୋସ୍ତ ଆରମ୍ଭ କରିଛନ୍ତି। ଏନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ବୁଧବାର ଟୁଇଟ୍ କରି ଏକ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି ଅନେକ ସମୟରେ ବିଶ୍ୱରେ ଭୂରାଜନୈତିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। କିନ୍ତୁ ଭାରତ ‘ବସୁଧୈବ କୁଟୁମ୍ବମ୍’ ନୀତି ଆପଣାଇ ସବୁବେଳେ ମାନ ଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରିଛି।

ଏହି ପ୍ରାକୃତିକ ବିପର୍ଯ୍ୟୟରେ ତୁର୍କୀ ସହ ଭାରତ ଛିଡା ହୋଇଛି। ଭାରତର ଏନଡିଆରଏଫ ଗ୍ରାଉଣ୍ଡ ଜିରୋରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରୁଛି। ଏହି ସମୟରେ ଆଜି ଟିମ୍ IND-11 ଗାଜିଆଣ୍ଟେପର ନୁରଡାଗିରୁ ଜଣେ 6 ବର୍ଷର ବାଳିକାକୁ ସଫଳତାର ସହ ଉଦ୍ଧାର କରିଛି। ଏନେଇ ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି।

ଭାରତରେ ଅନେକ ବିପର୍ଯ୍ୟୟ ସମୟରେ ଦକ୍ଷତା ଦେଖାଇଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ଭାରତୀୟ ସେନା ବାହିନୀର ମେଡିକାଲ ଟିମ୍ ତୁର୍କିକୁ ଯାଇଛନ୍ତି। ସେଠାରେ ଏନଡିଆରଏଫ ଏବଂ ସେନାର ଯବାନମାନେ ନିଜ ଜିଭନକୁ ବାଜିରେ ଲଗାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତିବ୍ର ଭୁକମ୍ପ ଝଟକା ଖାଇଥିବା ତୁର୍କିରେ ଏବେ ମଧ୍ୟ ଝଟକା ଅନୁଭୁତ ହେଉଛି।

ଏହି ଅପରେସନରେ ରୋମିଓ, ରାମ୍ବୋ, ହନି ଏବଂ ଜୁଲି – ଏହି ଚାରିଟି ଲାବ୍ରାଡୋର ଯାହା ଭାରତ ତୁର୍କୀର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଇଛି, ଯେଉଁଠାରେ ଗତ ତିନି ଦିନ ଧରି ଧ୍ୱଂସାବଶେଷରୁ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଅତୀତରେ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତାଲିମପ୍ରାପ୍ତ ଏହି କୁକୁର ମଧ୍ୟରେ, ତିନି ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି। ଭୂକମ୍ପ ପ୍ରଭାବିତ ଦେଶକୁ ପଠାଯାଇଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆରଏଫ) ର ୧୦୦ ଜଣ କର୍ମଚାରୀଙ୍କୁ ନେଇ ଦୁଇଟି ବାଟାଲିୟନର ଅଂଶ ଅଟନ୍ତି।

Get real time updates directly on you device, subscribe now.