fbpx

(Video) ରାତି ୩ଟାରେ ଚାଲିଥିଲା ମେଳା, ଏକତ୍ର ହୋଇଥିଲେ ୧୫ ହଜାର ଲୋକ, ହଠାତ୍ ଗହଳି ଭିତରକୁ ପଶିଗଲା ଏକ ଷଣ୍ଢ

ନୂଆଦିଲ୍ଳୀ: ଅନେକ ସମୟରେ କିଛି ମେଳା, ମହୋତ୍ସବ ଭଳି ସାର୍ବଜନିକ କାର୍ଯ୍ୟକ୍ରମ ସମୟରେ କିଛି ଅଘଟଣ ଘଟିଥାଏ । ତେବେ ନିକଟରେ ଏଭଳି ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି । ମେଳାରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା ବେଳେ ଏହି ସମୟରେ ହଠାତ୍ ଭିଡ଼ ଭିତରକୁ ଏକ ଷଣ୍ଢ ପଶିଯାଇଥିଲା । ଷଣ୍ଢଟି ଗୋଟିଏ ମୁଣ୍ଡରୁ ଆର ମୁଣ୍ଡକୁ ଦୌଡ଼ିବାରେ ଲାଗିଥିଲା ।

ସୂଚନା ମୁତାବକ, ମହାରାଷ୍ଟ୍ରରେ ଖ୍ୱାଜା ଶାମସୁଦ୍ଦିନ ଗାଜିଙ୍କର ଉର୍ସ ମେଳା ଚାଲିଥିବା ସମୟରେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ରର ଧରାଶିବ ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ୧୪ ଜଣ ଲୋକ ଆହତ ହୋଇଛନ୍ତି । ରାତି ପାଖାପାଖି ୩ଟା ସମୟରେ ଏହି ଘଟଣା ଘଟିଥିଲା । ଏହି ମେଳାରେ ପାଖାପାଖି ୧୫ ହଜାର ଲୋକ ଯୋଗ ଦେଇଥିଲେ ।

ତେବେ ୨୮ ସେକେଣ୍ଡ ବିଶିଷ୍ଟ ଏହି ଭିଡିଓରେ ଷଣ୍ଢଟି ଭିଡ଼ ଭିତରକୁ ହଠାତ୍ ପଶିଯାଇ ଗୋଟିଏ ମୁଣ୍ଡରୁ ଆର ମୁଣ୍ଡକୁ ଦୌଡ଼ିବାରେ ଲାଗିଥିଲା । କେହି କିଛି ବୁଝିବା ପୂର୍ବରୁ ଷଣ୍ଢଟି ଯାହାକୁ ପାଇଲା ତାକୁ ଦଳି ଚାଲିଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଷଣ୍ଢକୁ ନେଇ ମେଳାରେ ସତେ ଯେମିତି ଭୂକମ୍ପ ସୃଷ୍ଟି ହୋଇଯାଇଥିଲା ।

Get real time updates directly on you device, subscribe now.