fbpx

୨୦ ଲକ୍ଷ ଜରିମାନା ଦେବ ଏୟାର ଏସିଆ , ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ ଅଭିଯୋଗରେ ଏୟାର ଏସିଆ କମ୍ପାନୀ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । ନାଗରିକ ବିମାନ ମହାନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଏହାର ସୂଚନା ଦିଆଯାଇଛି ।

ରିପୋର୍ଟରୁ ଜଣାପଡିଛି ଯେ, ପାଇଲଟ ପ୍ରଶିକ୍ଷଣ ଟ୍ରେନିଂରେ ତ୍ରୁଟି ପରିଲିକ୍ଷିତ ହେବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ ପାଇଲଟ୍ ରେଟିଂ ଚେକ୍ ରେ ମଧ୍ୟ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛିା । ଅଭିଯୋଗକୁ ଭିତ୍ତି କରି ଏୟାର ଏସିଆ କମ୍ପାନୀ ଠାରୁ ୨୦ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ । କର୍ତ୍ତବ୍ୟ ପାଳନରେ ବିଫଳ ଯୋଗୁଁ ଏୟାର ଲାଇନ୍ସ ଟ୍ରେନିଂ ର ମୁଖ୍ୟଙ୍କୁ ତିନିମାସ ପର୍ୟ୍ୟନ୍ତ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ଏହା ସହ ଆଠ ଜଣ ନିଯୁକ୍ତ ପରୀକ୍ଷକଙ୍କ ଠାରୁ ୩ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ।

ସଂପୃକ୍ତ ପରିଚାଳକ, ପ୍ରଶିକ୍ଷଣର ମୁଖ୍ୟ ତଥା ଏୟାର ଏସିଆର ୩ ଜଣ ନିଯୁକ୍ତ ପରୀକ୍ଷକ ନାମରେ ସୋ କସ୍ ନୋଟିସ୍ ଜାରି କରାଯାଇଛି । ଲିଖିତ ଆକାରରେ ଉତ୍ତର ରଖିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.