fbpx
BSKY
BJD SHG SKY
BJD MC SKY

ସ୍ନିଫର୍ ଡଗ୍ ଆଉଟ୍ , ଏବେ ସୁରକ୍ଷା ବାହିନୀରେ ସ୍ନିଫର୍ ଗୁଣ୍ଡୁଚି ମୂଷା, ଡ୍ରଗ୍ସ ଖୋଜିବାରେ ଧୁରନ୍ଧର

ନୂଆଦିଲ୍ଲୀ : ଆପଣ ନିଶ୍ଚୟ ଭାବେ ଚଳଚ୍ଚିତ୍ରରେ ଦେଖିଥିବେ ଯେ ସୁରକ୍ଷା ବାହିନୀରେ ସ୍ନିଫର୍ କୁକୁର ଥାନ୍ତି । ସେମାନଙ୍କ ଚତୁରତା ଗୁଣ ଏବଂ ଗନ୍ଧ ଶୁଙ୍ଘିବାର ଶକ୍ତି ଏତେ ପ୍ରଖର ଯେ ସେମାନେ ସହଜରେ ସନ୍ଦିଗ୍ଧକୁ ଚିହ୍ନଟ କରିପାରନ୍ତି । ଲୁକ୍କାୟିତ ବୋମା ଏବଂ ହତ୍ୟାକରୀ ବା ହତ୍ୟାରେ ବ୍ୟବହୃତ ସାମଗ୍ରୀ ଖୋଜିବାରେ ସେମାନେ ପୁଲିସକୁ ସାହାଯ୍ୟ କରନ୍ତି । କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ଏହି ସ୍ନିଫର୍ କୁକୁରମାନଙ୍କର ଚାକିରି ବିପଦରେ ପଡିଲାଣି । କାରଣ ଚୀନରେ କୁକୁର ବଦଳରେ ପୋଲିସ ସ୍ନିଫର୍ ଗୁଣ୍ଡୁଚି ମୂଷାକୁ ନିଯୁକ୍ତ କରୁଛି ଏବଂ ବର୍ତ୍ତମାନ ସେଠାରେ ଏକ ସ୍ନିଫର୍ ଗୁଣ୍ଡୁଚି ମୂଷା ଦଳ ଗଠନ କରାଯାଉଛି।

ଅଡିଟି ସେଣ୍ଟ୍ରାଲ୍ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ ଚୀନର ଚୋଙ୍ଗକିଙ୍ଗ ସହରରେ ଡ୍ରଗ୍ ସମସ୍ୟାର ମୁକାବିଲା ପାଇଁ ପୋଲିସ ଗୁଣ୍ଡୁଚି ମୂଷାକୁ ସ୍ୱତନ୍ତ୍ର ପ୍ରକାରର ତାଲିମ ଦେଉଛି। ଚୋଙ୍ଗକିଙ୍ଗର ହେଚୁଆନ୍ ଜିଲ୍ଲାରେ କ୍ରାଇମବ୍ରାଞ୍ଚ ଡ୍ରଗ୍ସ ବିରୋଧୀ ପ୍ରାଣୀ ତାଲିମ ଅଭିଯାନ ଆରମ୍ଭ କରାଯାଇଛି ।

ବୈଜ୍ଞାନିକମାନେ ଜାଣିଥିଲେ ଯେ, ଗୁଣ୍ଡୁଚି ମୂଷା ଗନ୍ଧ ବାରିବାରେ ପ୍ରଖର । ତେଣୁ ସେମାନଙ୍କୁ ଏହି ତାଲିମ ଦିଆଯାଇ ଡ୍ରଗ୍ସ ଅଭିଯାନକୁ ସଫଳ କରିହେବ ।

ଚୀନ୍ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହେଚୁଆନ୍ ଜିଲ୍ଲାର ପୋଲିସ୍ କୁକୁର ବ୍ରିଗେଡ୍ ୬ଟି ଗୁଣ୍ଡୁଚି ମୂଷାକୁ ତାଲିମ ଦିଆଯାଇ ପ୍ରସ୍ତୁତ କରାଯାଇଛି । ଖୁବ୍ ଶୀଘ୍ର ସେମାନେ ପୋଲିସ୍ ସହିତ କାମ ଆରମ୍ଭ କରିବେ ଏବଂ ଲୁକ୍କାୟିତ ଡ୍ରଗ୍ସକୁ ଖୋଜିବାରେ ସାହାଯ୍ୟ କରିବେ।

ପୋଲିସ୍ ଡଗ୍ ବ୍ରିଗେଡ୍ର ମୁଖ୍ୟ ପ୍ରଶିକ୍ଷକ ୟିନ୍ ଜିନ୍ କହିଛନ୍ତି ଯେ ତାଙ୍କ ଟିମ୍ ମୋଟ ୬ଟି ଗୁଣ୍ଡୁଚି ମୂଷା ତାଲିମ ଦେଇଛନ୍ତି। ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସ୍ୱତନ୍ତ୍ର କୌଶଳ ଏବଂ ପ୍ରଶିକ୍ଷଣ ପ୍ରଣାଳୀ ପ୍ରସ୍ତୁତ କରାଯାଇଛି ।

କୁକୁରମାନଙ୍କ ଅପେକ୍ଷା ଗୁଣ୍ଡୁଚି ମୂଷା ଅଧିକ ଲାଭଦାୟକ

ବର୍ତ୍ତମାନ ଆପଣ ଭାବିବେ ଗୁଣ୍ଡୁଚି ମୂଷା କିଭଳି ଡଗ୍ସୁ ଖୋଜିବେ । ବାସ୍ତବରେ ଗୁଣ୍ଡୁଚି ମୂଷା ଗୁଡିକ ଏପରି ଭାବରେ ପ୍ରସ୍ତୁତ ହୋଇଛି ଯେ କୌଣସି ସ୍ଥାନରେ ଗନ୍ଧ ବାରିବା ମାତ୍ରେ ସେହି ସ୍ଥାନକୁ ଖୋଳିବା ଆରମ୍ଭ କରିବେ ଏବଂ ସଙ୍ଗେସଙ୍ଗେ ଡ୍ରଗ୍ସକୁ ବାହାର କରିବେ । ପରୀକ୍ଷା ସମୟରେ ଏହା ପ୍ରମାଣିତ ହୋଇଛି ଯେ କୁକୁର ଅପେକ୍ଷା ଗୁଣ୍ଡୁଚିମୂଷା ଅଧିକ ପ୍ରଭାବଶାଳୀ ଏବଂ ସେମାନେ ଆକାରରେ ଛୋଟ ଓ ଅଧିକ ତୀବ୍ର । ତେଣୁ ସେମାନଙ୍କୁ ଏକତ୍ର ରଖିବାରେ କୌଣସି ଅସୁବିଧା ନାହିଁ ଏବଂ ଅତିରୁ ଅତି କ୍ଷୁଦ୍ର ସ୍ଥାନରେ ମଧ୍ୟ ଆରମରେ ପ୍ରବେଶ କରିପାରିବେ ।

Get real time updates directly on you device, subscribe now.