fbpx

ଆପ୍ କୁ ଝଟକା : ଏମସିଡି ଷ୍ଟାଣ୍ଡିଂ କମିଟିର ପୁନଃନିର୍ବାଚନ ପାଇଁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ଷ୍ଟାଣ୍ଡିଂ କମିଟିର ପୁନଃନିର୍ବାଚନ କରିବାକୁ ମେୟର ସେଲି ଓବରୋଇଙ୍କ ନିଷ୍ପତ୍ତି ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ପୂର୍ବ ନିର୍ବାଚନର ଫଳାଫଳ ଘୋଷଣା ନକରି ମେୟରଙ୍କ ଦ୍ୱାରା ପୁନଃନିର୍ବାଚନ ଘୋଷଣା ନିୟମ ଉଲ୍ଲଂଘନ ଭଳି ମନେହୁଏ।

ସୂଚନାଯୋଗ୍ୟ, ଷ୍ଟାଣ୍ଡିଂ କମିଟିର ୬ ଜଣା ସଦସ୍ୟଙ୍କ ନିର୍ବାଚନ ପାଇଁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମେୟର ସେଲି ଓବରୋଇ ପୁନ-ନିର୍ବାଚନ ନୋଟିସ ଜାରି କରିଥିଲେ । ଏହି ନିର୍ବାଚନ ଫେବୃଆରୀ ୨୭ ରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହାକୁ ରଦ୍ଦ ଘୋଷଣା କରିବା ସହ ସ୍ଥାୟୀ କମିଟି ସଦସ୍ୟଙ୍କ ନିର୍ବାଚନ ଘୋଷଣା କରିବାର ଅଧିକାର ଦିଲ୍ଲୀର ମେୟରଙ୍କ ପାଖରେ ନାହିଁ ବୋଲି କୁହିଛନ୍ତି ।

ଦିଲ୍ଲୀ ପ୍ରଦେଶ ବିଜେପି କାର‌୍ୟ୍ୟକାରୀ ସଭାପତି ବିରେନ୍ଦ୍ର ସଚ୍ଚେଦ ଅଭିଯୋଗ କରିଛନ୍ତି ଯେ ମେୟର ସେଲି ଓବରୋଇଙ୍କ ୬ ଜଣିଆ ଷ୍ଟାଣ୍ଡିଂ କମିଟିର ପୁନଃନିର୍ବାଚନ ଆହ୍ୱନ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ । ସେ କହିଛନ୍ତି, ବିଜେପି ସଦସ୍ୟମାନେ ସୋମବାର ଗୃହକୁ ଯିବେ ଏବଂ ଏହା ସମ୍ଭବ ହୋଇପାରେ ଯେ ମେୟର ଆମର ଦାବିରେ ରାଜି ହୋଇଯାନ୍ତି, କିନ୍ତୁ ଆମେ ଆମର ଦାବି ସମ୍ବନ୍ଧରେ ଆଇନଗତ ହିସବରେ ବିଚାର କରୁଛୁ।

ଶୁକ୍ରବାର ଦିନ ଏମସିଡି ହାଉସରେ ମେୟର ସେଲି ଓବରୋଇଙ୍କ ସ୍ଥାୟୀ ସଦସ୍ୟଙ୍କୁ ଭୋଟ୍ ଦେବା ସମୟରେ ଏକ ଭୋଟ୍ ଅବୈଧ ଘୋଷିତ ହେବା ପରେ ବିଜେପି-ଆପ୍ କର୍ପୋରେଟରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଉଭୟ ଦଳ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଏଥିରେ ଦୁଇ ଜଣ କାଉନସିଲର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଉତ୍ତେଜନା ଯୋଗୁଁ ଗୃହକାର୍ଯ୍ୟକୁ ୨୭ ଫେବୃଆରୀ ପାଇଁ ସ୍ଥଗିତ ରଖାଯାଇଥିଲା ।

Get real time updates directly on you device, subscribe now.