fbpx

ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା, ୧୧୪୫ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ପରୀକ୍ଷା ନିମନ୍ତେ ସାରା ରାଜ୍ୟରେ ୧୧୪୫ଟି କେନ୍ଦ୍ର କରାଯାଇଛି । ଏଥର ୩ଲକ୍ଷ ୫୪ ହଜାର ୯୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି । ଏହି ପରୀକ୍ଷା ଏପ୍ରିଲ ୫ ତାରିଖରେ ଶେଷ ହେବାର ତାଲିକା ପ୍ରସ୍ତୁତ ହୋଇଛି ।

ସୂଚନା ଅନୁଯାୟୀ, ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେବେ । ତେଣୁ ସମସ୍ତ କେନ୍ଦ୍ରରେ ସକାଳ ୮ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପହଁଚିବ । ପରୀକ୍ଷାରେ ଛାତ୍ରଛାତ୍ରୀମାନେ ୧୫ ମିନିଟ ପୂର୍ବରୁ ସିଟରେ ବସିବାର ନିୟମ ରହିଛି । ପରୀକ୍ଷା କେନ୍ଦ୍ରରେ କପି ରୋକିବାକୁ ନେଇ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ସମସ୍ତ ଛାତ୍ରଛାତ୍ରୀ, ଦିନ ୧୦ଟା ସୁଦ୍ଧା ପରୀକ୍ଷା ଦେବେ । ପରୀକ୍ଷାର୍ଥୀମାନେ ଆଡମିଟକାର୍ଡ, ବ୍ଲାକପେନ, ପାଣି ବୋତଲକୁ ଛାଡି ଅନ୍ୟ କିଛି ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ ।

ଫେବୃଆରୀ ୨୫ ତାରିଖରୁ ସମସ୍ତ ହବ୍ କୁ ପ୍ରଶ୍ନପତ୍ର ପଠାଯାଇଛି । କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର ୧୪୮ଜଣ ଏବଂ ଧନ୍ଦାମୂଳକରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବାଲାଗି ଫର୍ମ ପୂରଣ କରିଛନ୍ତି । କୋଭିଡ କଟକଣା ହଟି ଥିବାରୁ କୌଣସି ପରୀକ୍ଷାର୍ଥୀ ମାସ୍କ ପିନ୍ଧି ପରୀକ୍ଷା ଦେଇପାରିବେ ନାହିଁ। ଏଥର ଶତ ପ୍ରତିଶତ ସିଲାବସ୍ ରେ ପରୀକ୍ଷା ହେଉଛି ।

Get real time updates directly on you device, subscribe now.