fbpx

ବିଦ୍ୟୁତ ବିଲ୍ ପୈଠ ନ କଲେ କଟିବ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର, ୧୦ା୧୨(ଓଡ଼ିଶା ଭାସ୍କର): ସେସୁ ସିିଇଓ ଅରୁଣ ବୋଥ୍ରା ବିଦ୍ୟୁତ ବିଲକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବକେୟା ଟଙ୍କା ପୈଠ କରିବାକୁୁ ଗ୍ରାହକ ମାନଙ୍କୁ ମହଲତ ଦେଇଥିବା ସମ୍ମିଳନୀରୁ ସୂଚନା ମିଳିଛି । ୧୫ଜାନୁଆରି ସୁଦ୍ଧା ବକେୟା ବିଲ୍ ପୈଠ କରିବାକୁ ମହଲତ ଦିଆଯାଇଥିବା ଜଣାପଡ଼ିଛି । ଉପଭୋକ୍ତା ବିଦ୍ୟୁତ ବିଲ୍ ପୈଠ ନ କରିଥିଲେ ୧୬ତାରିଖରୁ ବିଦ୍ୟୁତ ସଂଯୋଗ କଟାଯିବ ବୋଲି ସେ କହିଛନ୍ତି । ସମୁଦାୟ ୧୯୭୧ କୋଟି ଟଙ୍କା ବକେୟା ରହିଛି । ୧ଲକ୍ଷ ୪ହଜାର ଲୋକ ୨ବର୍ଷ ହେଲା ବକେୟା ଟଙ୍କା ଦେଇ ନାହାନ୍ତି । ଘରୋଇ ଉପଭୋକ୍ତାଙ୍କ ପାଖରେ ୧୨୩କୋଟି ଟଙ୍କା ବାକି ଅଛି । ୧୦୮କୋଟି ଟଙ୍କା ଶିଳ୍ପ ପ୍ରତିଷ୍ଠାନ ମାନେ ବାକି ରଖିଛନ୍ତି ବୋଲି ସୂଚନା ରହିଛି । ହେଲେ ଏହା ଆଇନଗତ ବିବାଦରେ ରହିଛି ବୋଲି ଅରୁଣ କହିଛନ୍ତି । ୭ଲକ୍ଷ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ବିଲ୍ ବାକି ଅଛି । ସର୍ବାଧିକ ୬ଟି କିସ୍ତିରେ ଘରୋଇ ଉପଭୋକ୍ତା ବାକି ଟଙ୍କା ଦେଇପାରିବେ ।

Get real time updates directly on you device, subscribe now.