fbpx

ଅଚାନକ୍ ଭଦ୍ରକ ମେଡିକାଲ ଗସ୍ତରେ ୫-ଟି ସଚିବ

ଭଦ୍ରକ,୧୦ ।୧୨(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ୍ ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ.କାଣ୍ଡିଆନ୍ । ଡାକ୍ତରଖାନାରେ ରୋଗୀଙ୍କ ମତାମତ ନେବା ସହ ‘ମୋ ସରକାର’ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ ପାଣ୍ଡିଆନ୍ । ୫-ଟି ସଚିବ ପାଣ୍ଡିଆନଙ୍କ ସହ ୩ ଜଣିଆ ଟିମ୍ ଏହି ଗସ୍ତରେ ସାମିଲ ହୋଇଥିଲେ । ବିଭିନ୍ନ ୱାର୍ଡରେ ଚିକିତ୍ସା ହେଉଥିବା ରୋଗୀମାନଙ୍କ ସହ କଥା ହେବା ସହ ମେଡିକାଲରେ ଥିବା ସମସ୍ୟା ଗୁଡିକ ବିଷୟରେ ଭାରପ୍ରାପ୍ତ ଜ଼ିଲ୍ଲାପାଳ ଓ ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ସଚିବଙ୍କ ସହ ସ୍ୱାସ୍ଥ୍ୟ ସଚିବ, ଭାରପ୍ରାପ୍ତ ଜ଼ିଲ୍ଲାପାଳ, ସିଡିଏମଓ ଉପସ୍ଥିତ ରହି ମେଡିକାଲର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଶିଶୁ ଯତ୍ନ କେନ୍ଦ୍ର ସିଆର.ଏସ.ଆର କୁ ଯାଇ ପିଲାମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସେମାନଙ୍କ ସହ ଭୋଜନ କରିଥିଲେ । ପାଣ୍ଡିଆନ୍, ଶାଳିନୀ ମହାନ୍ତି ଓ ସୁରେଶ ମହାପାତ୍ର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ ।

Get real time updates directly on you device, subscribe now.