fbpx

Entry କରିବେ ଇଶାନ କିଶାନ! ଚତୁର୍ଥ ଟେଷ୍ଟରେ କ’ଣ ରହିବ ଭାରତର ପ୍ଲେଇଙ୍ଗ ୧୧?

ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଶିଖରରେ ପହଞ୍ଚିଛି । ମାର୍ଚ୍ଚ ୯ତାରିଖରୁ ଏଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ । ଭାରତ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତର ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଖେଳିବା ଏହି ମ୍ୟାଚର ଫଳାଫଳ ଉପରେ ହିଁ ନିର୍ଭର କରୁଛି । ମ୍ୟାଚରେ ବିଜୟ ଭାରତକୁ ଫାଇନାଲରେ ପ୍ରବେଶ କରାଇପାରେ । ସେହିପରି ପରାଜୟ ଚମ୍ପିଆନସିପ ଖେଳିବାର ସମ୍ଭାବନାକୁ ଆହୁରି କମ୍ କରିଦେବାର ଆଶଙ୍କା ରହିଛି । ତେବେ ଏଥିପାଇଁ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ସହ ଓହ୍ଲାଇବ । ତେବେ ଆସନ୍ତୁ ଜାଣିବା କ’ଣ ରହିପାରେ ଭାରତର ପ୍ଲେଇଙ୍ଗ ଇଲେଭେନ ।

ଇନ୍ଦୋର ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତ ଶେଷ ମ୍ୟାଚରେ ୨ଟି ବଡ ପରିବର୍ତ୍ତନ କରିପାରେ । ଟିମ ଇଣ୍ଡିଆର ଯୁବ ୱିକେଟ କିପର କେ.ଏସ ଭରତଙ୍କୁ ଦଳରୁ ବାଦ୍ ଦିଆଯିବା ନେଇ ଅଧିକ ସମ୍ଭାବନା ଦେଖାଦେଇଛି । ବାରମ୍ବାର ନିରାଶ ପ୍ରଦର୍ଶନ ଦଳରେ ତାଙ୍କ ସ୍ଥାନକୁ ବିପଦରେ ପକାଇଛି । ତେବେ ତାଙ୍କ ସ୍ଥାନରେ ସୀମତିତ ଓଭର ଦଳର ଷ୍ଟାର ୱିକେଟକିପର ଇଶ।।ନ କିଶାନଙ୍କୁ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା । ନେଟ ପ୍ରାକ୍ଟିସ ସମୟରେ ଇଶାନ ଖୁବ ସୁନ୍ଦର ବ୍ୟାଟିଂ କରୁଥିବା ମଧ୍ୟ ଦେଖାଯାଇଛି । ଦମଦାର ୱିକେଟ କିପିଙ୍ଗ ଦକ୍ଷତା ରହିଥିଲେ ମଧ୍ୟ ବ୍ୟାଟିଂରେ ଖାସ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ଭରତ । ତେଣୁ ଚତୁର୍ଥ ମ୍ୟାଚରେ ଦଳ ତାଙ୍କୁ ବାଦ୍ ଦେବା ନେଇ ଆଲୋଚନା ହେଉଛି ।

Kishan to make debut, Siraj to be dropped: Here's India's likely XI for 4th  Test | Cricket - Hindustan Times

ସେହିପରି ଦଳର ଷ୍ଟାର ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ମହମ୍ମଦ ଶାମୀଙ୍କୁ ସୁଯୋଗ ମିଳିପାରେ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜକୁ ନଜରରେ ରଖି ସିରାଜଙ୍କୁ ବିଶ୍ରାମ ଦେଇପାରେ ଭାରତୀୟ ଦଳ । ସିରାଜଙ୍କ ସ୍ଥାନରେ ଅଭିଜ୍ଞ ବୋଲର ଶାମୀଙ୍କୁ ପ୍ଲେଇଙ୍ଗ ୧୧ରେ ରୋହିତ ସୁଯୋଗ ଦେଇପାରନ୍ତି । ଏହାସହିତ ବ୍ୟାଟିଂ ଉପରେ ବିଶେଷ ଗୁରୁତ୍ୱ ଦେବା ନେଇ ମଧ୍ୟ ଆଲୋଚନା ହେଉଛି । ଇନ୍ଦୋର ଟେଷ୍ଟ ପରେ ଅତିରିକ୍ତ ବ୍ୟାଟ୍ସମ୍ୟାନ ମଧ୍ୟ ଦଳରେ ସୁଯୋଗ ପାଇପାରନ୍ତି । ତେବେ ଏମିତି ହେଲେ ଦଳରେ ସ୍ଥାନ ପାଇପାରନ୍ତି ଭାରତର ମିଷ୍ଟର ୩୬୦ ସୂର୍ଯ୍ୟକୁମାର ଯାଦବ ।

Get real time updates directly on you device, subscribe now.