fbpx

ପରଲୋକରେ OYO CEO ରିତେଶଙ୍କ ପିତା, ବାହାଘର ଖୁସି ଲିଭିଗଲା

ନୂଆଦିଲ୍ଲୀ: ହସ୍ପିଟାଲିଟି ଚେୟ ଓୟୋର ସିଇଓ ଏବଂ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କୁ ନେଇ ଆସିଛି ଏକ ବଡ଼ ଦୁଃଖ ଖବର । ଗତ ୭ ତାରିଖରେ ଦିଲ୍ଲୀରେ ବଡ଼ ଧୂମଧାମରେ ରିତେଶଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଫାର୍ମାସନ ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଗୀତାନ୍ସା ସୁଦଙ୍କୁ ରିତେଶ ମ୍ୟାରେଜ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ । ନିଜର ମ୍ୟାରେଜ ପାର୍ଟିରେ ଯୋଗ ଦେବା ପାଇଁ ରିତେଶ ଗତ ଫେବୃଆରୀ ମାସ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଥିଲେ ।

ତେବେ ଏହା ମଧ୍ୟରେ ବାହାଘରର ୩ ଦିନ ନ ପୂରୁଣା ରିତେଶଙ୍କ ଜୀବନରେ ଘୋଟି ଆସିଛି କଳା ବାଦଲ । ଅଚାନକ ଏକ ବଡ଼ ଅଘଟଣ କାରଣରୁ ତାଙ୍କର ପିତାଙ୍କ ଦେହାନ୍ତ ହୋଇଯାଇଛି । ଗୁରୁଗ୍ରାମର ଏକ ବିଲଡିଂର ୨୦ତମ ପ୍ଲୋରରୁ ପଡ଼ି ତାଙ୍କ ପିତା ପ୍ରାଣ ହରାଇଛନ୍ତି । ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏନେଇ ଏକ ବୟାନ ଜାରି କରାଯିବ ।

ରିତେଶ ଓ ତାଙ୍କର ପତ୍ନୀ ଏକାଠି ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ । ମାତ୍ର ତାଙ୍କର ପିତା ଅନ୍ୟ ଏକ ବିଲଡିଂରେ ରହୁଥିବା ଜଣାପଡ଼ିଛି । ସାରା ପରିବାର ଗୋଟିଏ ଦିନ ପୂର୍ବରୁ ଯୁବ ଉଦ୍ୟୋଗୀଙ୍କ ଗ୍ରାଣ୍ଡ ପାର୍ଟିରେ ସାମିଲ ହୋଇଥିଲେ । ମାତ୍ର ୩ ଦିନ ନ ପୂରୁଣୁ ସାରା ପରିବାର ଏବେ ଲୁହର ସାଗରରେ ବୁଡ଼ି ଯାଇଛି । ସୂଚନାଯୋଗ୍ୟ ଯେ, କୋଟି କୋଟି ଯୁବବର୍ଗ ରିତେଶଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରୁଛନ୍ତି । ମାତ୍ର ୩୦ ବର୍ଷ ବୟସରେ ରିତେଶ ଆଜି ହଜାର ହଜାର କୋଟି ଟଙ୍କାର ମାଲିକ ହେବା ସହ ବିଜିନେସ କ୍ଷେତ୍ରରେ ଏକ ନୂଆ ଇତିହାସ ଲେଖିଛନ୍ତି ।

Get real time updates directly on you device, subscribe now.