fbpx

ICSILରେ ଖାଲି ୬୦୦ ପଦବୀ: ଦଶମ, ଯୁକ୍ତଦୁଇ, ଗ୍ରାଜୁଏଟଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଇଣ୍ଟେଲିଜେଣ୍ଟ କମ୍ୟୁନିକେସନ ସିଷ୍ଟମସ୍ ଇଣ୍ଡିଆ ଲିମିଟେଡ (ଆଇସିଏସଆଇଏଲ) ତରଫରୁ ୫୮୬ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ମିଟର ରିଡର, ଫିଲଡ ସୁପଭାଇଜର ଓ ଫାୟାରମ୍ୟାନ ପଦରେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମିଟର ରିଡର ଓ ଫିଲ୍ଡ ସୁପର ଭାଇଜର ପଦବୀ ପାଇଁ ମାର୍ଚ୍ଚ ରୁ ୧୦ ତାରିଖ ମଧ୍ୟରେ ଆବେଦନ କରାଯିବ । ସେହିପରି ଫାୟାରମ୍ୟାନ ପାଇଁ ମାର୍ଚ୍ଚ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯିବ । ମିଟର ରିଡର ପାଇଁ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ରହିଥିବା ବେଳେ ବୟସ ୧୮-୩୦ ବର୍ଷ ମଧ୍ୟରେ ରହିଛି । ଫିଲ୍ଡ ସୁପର ଭାଇଜର ପାଇଁ ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ ରହିଥିବା ବେଳେ ବୟସ ୨୧-୩୫ ବର୍ଷ ମଧ୍ୟରେ ରହିଛି । ଫାୟାରମ୍ୟାନ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ ରହିଥିବା ବେଳେ ବୟସ ୩୦ରୁ ଅଧିକ ହୋଇନଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଅନଲାଇନ୍ ଆବେଦନ ଫିସ୍ ବାବଦରେ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ ।

ଅନଲାଇନ୍ ଆବେଦନ ଲିଙ୍କ: https://icsil.in/requirement-careers

ନୋଟିଫିକେସନ ଲିଙ୍କ-୧: https://img.freejobalert.com/uploads/2023/03/Notification-ICSIL-Reader-Field-Supervisor-2023-Vacancy.pdf

ନୋଟିଫିକେସନ ଲିଙ୍କ-୨: https://img.freejobalert.com/uploads/2023/03/Notification-ICSIL-Fireman-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://icsil.in/

Get real time updates directly on you device, subscribe now.