fbpx

IPL-2023ରେ ଶେଷ ଥର ଖେଳିବେ ଧୋନୀ! ସୂଚନା ଦେଲେ ସାଥୀ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଚର୍ଚ୍ଚା ସେତେ ବୃଦ୍ଧି ପାଇବାରେ ଲାଗିଛି । ଏହାସହିତ ଧୋନୀଙ୍କ ସନ୍ନ୍ୟାସକୁ ନେଇ ମଧ୍ୟ ବଢୁଛି ଆଲୋଚନା । ଚଳିତବର୍ଷ କ୍ୟାପଟେନ କୁଲ ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ଚଳିତବର୍ଷ ସେ ଆଇପିଏଲରୁ ମଧ୍ୟ ବିଦାୟ ନେଇପାରନ୍ତି । ତେବେ ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ମାହିଙ୍କ ପୂର୍ବତନ ସାଥୀ ଖେଳାଳି ମାଥ୍ୟୁ ହେଡେନ ।

ଅଷ୍ଟ୍ରେଲିଆର ପୂର୍ବତନ ଓପନର ତଥା ଚେନ୍ନାଇର ସାଥୀ ଖେଳାଳି ଧୋନୀଙ୍କ ଆଇପିଏଲ କ୍ୟାରିୟରକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ, ଏହି ସିଜନ ଧୋନୀଙ୍କୁ ଶେଷ ଥର ପାଇଁ ମଇଦାନରେ ଦେଖିବାକୁ ମିଳିବେ । ତେବେ ସିଏସକେ ଫ୍ରାଞ୍ଚାଇଜି ଏହି ସିଜନକୁ ଖୁବ ଜୋରଦାର ଉତ୍ସବ ପାଳନ କରିବେ । ଖେଳାଳି ଭାବରେ ସମ୍ଭବତଃ ଶେଷ ଥର ପାଇଁ ମଇଦାନକୁ ଓହ୍ଲାଇପାରନ୍ତି । ହେଡେନ କହିଛନ୍ତି ଯେ, ସିଏସକେ ଆଇପିଏଲ ଲିଗରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ୨ ବର୍ଷ ଟୁର୍ଣ୍ଣାମେଣ୍ଟରୁ ବାହାରେ ରହିବା ଦଳ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ନିଶ୍ଚିତ । କିନ୍ତୁ କମବ୍ୟାକ ବର୍ଷରେ ହିଁ ଦଳ ଚମ୍ପିଆନ ହେବ, ଏହା କେହି ବିଶ୍ୱାସ କରି ପାରି ନଥିବେ । ଦଳକୁ ମଜବୁତ କରିବାରୁ ଆରମ୍ଭ କରି ଏଥିରେ ସୁଧାର ଆଣିବା ଏବଂ ଏହାକୁ ଏକ ଭିନ୍ନ ଲୁକ ଦେଇ ଚମ୍ପିଆନର ମୁକୁଟ ପିନ୍ଧିବାରେ ଧୋନୀ ଧୁରନ୍ଧର ।

Hayden recalls Dhoni pleading with him not to use Mongoose bat | Cricket  News | Onmanorama

ଏହାପରେ ହେଡେନ କହିଛନ୍ତି ଯେ, ଏହି ବର୍ଷ ଧୋନୀଙ୍କ ପାଇଁ ନିଶ୍ଚୟ କିଛି ଖାସ ରହିପାରେ । ଏହି ମୁହୂର୍ତ୍ତର ସେ ଖୁବ ଉତ୍ସ ମନାଇବେ ବୋଲି ହେଡେନ କହିଛନ୍ତି । ଏହା ଧୋନୀଙ୍କର ଶେଷ ସିଜନ ହେବ ଏବଂ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଷ୍ଟାଇଲରେ ବିଦାୟ ନେବେ ବୋଲି କହିଛନ୍ତି ମାଥ୍ୟୁ ହେଡେନ । ଚେନ୍ନାଇର ଫ୍ୟାନ୍ସମାନେ ମଧ୍ୟ ମାହିଙ୍କୁ ଷ୍ଟାଇଲରେ ଫିନିଶ କରୁଥିବାର ଦେଖିବାକୁ ଚାହିଁବେ । ସେ କହିଛନ୍ତି ଯେ, ଧୋନୀ ନିଶ୍ଚିତ ଭାବରେ ଅଧିନାୟକ ଭାବରେ ଚିପାକ୍ ଷ୍ଟାଡିୟମରେ ପ୍ରଶଂସକମାନଙ୍କୁ ‘ଗୁଡବାଏ’ କହିବେ । ତେବେ ଏହା କ୍ରିକେଟ ଜଗତ ପାଇଁ ଏକ ଅଭୁଲା ମୁହୂର୍ତ୍ତ ହେବ ବୋଲି ହେଡେନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.