fbpx

‘The Kapil Sharma Show’କୁ କେବେ ଆସିବେ ମୋଦୀ? କମେଡ଼ି କିଙ୍ଗଙ୍କୁ କଥା ଦେଇଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ଦି କପିଲ ଶର୍ମା ଶୋ’ ବିଷୟରେ କିଏ ବା ନ ଜାଣିଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଖାଇବା, ପିନ୍ଧିବା ଭୁଲିଯିବେ ପଛକେ ଏହି ଶୋ’ର ଗୋଟିଏ ଏପିସୋଡ୍ କଦାପି ମିସ୍ କରନ୍ତି ନାହିଁ । ଏହି ଶୋ’କୁ ଦେଶ ବିଦେଶର ବହୁ ଖ୍ୟାତନାମା ସେଲିବ୍ରେଟି, କ୍ରିକେଟର, ରାଜନେତା, ସାମ୍ବାଦିକଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ହୋଇ ଆସିଛନ୍ତି ।

ତେବେ ଆପଣମାନେ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଦି କପିଲ ଶର୍ମା ଶୋ’ରେ ଦେଖିବାକୁ ଚାହୁଁଛନ୍ତି କି? ଏହି ଶୋ’କୁ ବହୁ ବଡ଼ ବଡ଼ ବ୍ୟକ୍ତିବିଶେଷ ଆସିଥିଲେ ହେଁ ପିଏମ୍ ମୋଦୀଙ୍କ ପାଇଁ ସତେ ଯେମିତି ଏହି ଶୋ’ରେ କିଛିଟା ଶୂନ୍ୟତା ଅନୁଭବ ହେଉଛି । ଏକଦା କପିଲ ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି କହିଥିଲେ, ‘ସାର ଆପଣ କେବେ ଆମ ଶୋ’କୁ ଆସନ୍ତୁ ।’ ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ‘ଏବେ ତ ମୋ ବିରୋଧୀମାନେ ବହୁତ କମେଡ଼ି କରୁଛନ୍ତି, କେବେ ଆସିବା ।’

ଆଜ ତକକୁ ଏକ ସାକ୍ଷାତକାର ଦେବା ଅବସରରେ କପିଲ ପିଏମ୍ ମୋଦୀଙ୍କୁ ନେଇ ଅନେକ ତଥ୍ୟର ଖୁଲାସା କରିଛନ୍ତି । କପିଲ ପିଏମ୍ ମୋଦୀଙ୍କୁ ନିଜ ଶୋ’ ପାଇଁ ନିମନ୍ତ୍ରଣ କରିଥିଲେ । ଶୋ’କୁ ଆସିବା ନେଇ କପିଲ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କପିଲଙ୍କୁ ମନା କରିନଥିଲେ । ସେ କେବେ ଆସିବେ ବୋଲି କଥା ଦେଇଥିଲେ । ଆସନ୍ତା ୧୭ ତାରିଖରେ ରିଲିଜ ହେବାକୁ ଥିବା କମେଡ଼ି ଫିଲ୍ମ ଜ୍ୱିଗାଟୋ ପାଇଁ କପିଲ ବହୁତ ବ୍ୟସ୍ତ ରହିଛନ୍ତି । ସେ ଫିଲ୍ମର ଖୁବ୍ ପ୍ରମୋସନ କରୁଥିବା ଦେଖାଯାଉଛି ।

Get real time updates directly on you device, subscribe now.