fbpx

ପୁଣି ପ୍ରଚଣ୍ଡ ଶବ୍ଦରେ ଥରିଲା ଓଡ଼ିଶାର ଦୁଇ ସ୍ଥାନ : ଭଦ୍ରକରେ କ୍ରମାଗତ ଭାବେ ଦ୍ଵିତୀୟ ଥର ପାଇଁ ଶୁଭିଲା ଶବ୍ଦ, ଭୟରେ ଘରୁ ବାହାରି ଆସିଲେ ଲୋକ

ଭୁବନେଶ୍ୱର: ପ୍ରଚଣ୍ଡ ଶବ୍ଦରେ କମ୍ପିଲା ଭଦ୍ରକ । ପୁଣି ଥରେ ଭଦ୍ରକରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଲୋକ ମାନେ ଏହି ଶବ୍ଦ ଶୁଣିବା ପରେ ଭୟଭିତ ହୋଇ ପଡିଥିଲେ ।
ଭଦ୍ରକର ଧାମନଗର ବାସୁଦେବପୁର ଆଉ ବଣାଇ ସ୍ଥାନରେ ଏହି ଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ଏଥର ମଧ୍ୟ ଶବ୍ଦର କାରଣ ଅସ୍ପଷ୍ଟ । ଲୋକମାନେ ଏବେ ସୁଦ୍ଧା ଆତଙ୍କୀତ ହୋଇ ରହିଛନ୍ତି ।

ସୂଚନାମୁତାବକ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ଭଳି ଘଟଣା ହୋଇଛି । ବାରମ୍ବର ଏଭଳି ଘଟଣା ଘଟୁଥିବା ଲୋକ କହୁଥିବା ବେଳେ ଏହାକୁ ନେଇ କୌଣସି ଯାଞ୍ଚ କରାଯାଉ ନାହିଁ । ଏହା ପୂର୍ବରୁବାଲେଶ୍ୱର ଏବଂ ବାରିପଦାରେ ପୁଣି ଥରେ ପ୍ରଚଣ୍ଡ ଶବ୍ଦ ଶୁଭିଥିବାର ସୂଚନା ମିଳି ଥିଲା । ଯାହାଫଳରେ ଲୋକମାନେ ଭୟଭିତହୋଇ ଘରୁ ବାହାରକୁ ପଳାଇ ଆସିଥିଲେ ।

ତେବେ ଏହାପୂର୍ବରୁ ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳ ମଧ୍ୟ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା । ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ସମଗ୍ର ଅଞ୍ଚଳ ଥରିଉଠିଥିଲା । ଏହା ଫଳରେ ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲିଆସିଥିଲେ ।

ତେବେ ଏହି ଶବ୍ଦ ପ୍ରକୃତରେ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଲୋକମାନେ ମଧ୍ୟ ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ । ତେବେ ସେଠାରେ ଅନେକ ବଡ଼ ବଡ଼ ଷ୍ଟିଲ କମ୍ପାନୀଗୁଡ଼ିକ ଅଛି । ସେଥିରୁ ମଧ୍ୟ କିଛି ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ କୌଣସି ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ଏବେ ସନ୍ଦେହ ଘେରକୁ ଆସିଛି ।

Get real time updates directly on you device, subscribe now.