fbpx

(Video) କର୍ଣ୍ଣାଟକ ଗସ୍ତ ଅବସରରେ ମହିଳା କାର୍ଯ୍ୟକର୍ତ୍ତା ଓ VHP ନେତାଙ୍କ ପାଦ ଛୁଇଁଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା କିଛି ନା କିଛି ନୂଆ କାର୍ଯ୍ୟ କରି ଦେଶବାସୀଙ୍କ ହୃଦୟକୁ ଜିତିଥାନ୍ତି । ତେବେ ନିକଟରେ ମୋଦୀ କର୍ଣ୍ଣାଟକ ଗସ୍ତ ଅବସରରେ ଏପରି କିଛି ମହାନ୍ କାର୍ଯ୍ୟ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି । ଗତ ରବିବାର ଦିନ ମୋଦୀ ଧରୱାଦର ଆଇଆଇଟି କ୍ୟାମ୍ପସ ସ୍ଥିତ ୧୦-ଲେନ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ଉଦଘାଟନ କରିବା ସହ ଅନ୍ୟ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ତେବେ ଏହି ଅବସରରେ ମୋଦୀ ଏକ ସ୍ୱତନ୍ତ୍ର ଶୈଳୀରେ ଦୁଇଜଣଙ୍କର ପାଦ ଛୁଇଁ ସେଠାରେ ଉପସ୍ଥିତ ଜନତାଙ୍କୁ ଚକିତ କରିଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ତାଙ୍କୁ ସ୍ୱାଗତ କରିବା ପାଇଁ ମାଣ୍ଡ୍ୟା ନିକଟସ୍ଥ ଗେଜ୍ଜାଲାଗେରେଠାରେ ବିଜେପି ନେତାମାନେ ଧାଡ଼ିବାନ୍ଧି ଛିଡ଼ା ହୋଇଥିଲେ । ମୋଦୀ ପହଞ୍ଚିବା ପରେ ଜଣେ ମହିଳା ନେତ୍ରୀ ତାଙ୍କର ପାଦ ଛୁଇଁ ଆଶିର୍ବାଦ ନେବାକୁ ପ୍ରୟାସ କରିଥିଲେ । ମାତ୍ର ମୋଦୀ ମହିଳାଙ୍କ ପାଦ ଛୁଇଁବାକୁ ନଇଁଯାଇଥିଲେ, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ସେହିପରି ଧରୱାଦସ୍ଥିତ ଆଇଆଇଟି କ୍ୟାମ୍ପସ ଉଦଘାଟନ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ((ଭିଏଚପି) ନେତା ଚେତନ ରାଓ ଓ ବଜରଙ୍ଗ ଦଳର କର୍ମୀ ରଘୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ । ମୋଦୀଙ୍କୁ ଦେଖିବା ପରେ ଚେତନ ଭାବପ୍ରବଣତାର ସହ ତାଙ୍କର ପାଦ ଛୁଇଁଥିଲେ । ଏହାର ପ୍ରତିବଦଳରେ ମୋଦୀ ମଧ୍ୟ ନଇଁଯାଇ ଚେତନଙ୍କ ପାଦକୁ ଛୁଇଁଥିଲେ ।

ଏନେଇ ରଘୁ ଗଣମାଧ୍ୟମକୁ କହିଛନ୍ତି, ଆମୋମାନେ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲୁ । ମୋଦୀ ମୋତେ ଅଭିବାଦନ ଜଣାଇବା ପରେ ପାଖରେ ଛିଡ଼ା ହୋଇଥିବା ଅନ୍ୟ ଭିଏଚପି କର୍ମକର୍ତ୍ତାମାନେ ଭାବପ୍ରବଣ ହୋଇଯାଇଥିଲେ । ଆମେ ସମସ୍ତେ ମୋଦୀଙ୍କୁ ଦେଖିବାକୁ ଉତ୍ସାହିତ ହୋଇପଡ଼ିଥିଲୁ । ଆବେ ତାଙ୍କୁ ଦୁଇ ହାତରେ ଅଭିବାଦନ ଜଣାଇବା ସମୟରେ ପ୍ରଧାନମନ୍ତ୍ରୀ ମନା କରିବା ପରେ ବି ଚେତନ ତାଙ୍କର ପାଦ ଛୁଇଁଥିଲେ । ମାତ୍ର ଏହାର ପ୍ରତିବଦଳରେ ମୋଦୀ ଚେତନଙ୍କ ପାଦ ତଳେ ପ୍ରଣାମ କରିଥିଲେ ।

 

Get real time updates directly on you device, subscribe now.