fbpx

ସୁକନ୍ୟା ସମୃଦ୍ଧିରେ ଟଙ୍କା ନିବେଶ କରିଥିବା ଲୋକ ହେବେ ମାଲାମାଲ୍: ଏବେ ଝିଅଙ୍କୁ ମିଳିବ ୬୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସମୟ ସମୟରେ ଲୋକଙ୍କ ସୁବିଧା ପାଇଁ ସରକାର ଏଭଳି ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହା ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ସହ ଆପଣଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ଦେବ । ସରକାର ଆପଣଙ୍କ ଝିଅ ପାଇଁ ମଧ୍ୟ ଏକ ରିଟର୍ଣ୍ଣ ଲାଗୁ କରିଛନ୍ତି, ଯେଉଁଥିରେ ଆପଣ ନିଜ ଝିଅର ପାଠପଢ଼ା ଓ ବାହାଘର ଚିନ୍ତାରୁ ମୁକ୍ତି ପାଇପାରିବେ । ଏହି ଯୋଜନାର ନାଁ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା । ଏହି ଯୋଜନାରେ ଆପଣ ମାତ୍ର ୨୫୦ ଟଙ୍କା ନିବେଶ କରି ୫ ଲକ୍ଷ ଟଙ୍କା ପାଇପାରିବେ । ଆସନ୍ତୁ ଜାଣିବା ଏହି ଯୋଜନାର କ’ଣ ରହିଛି ଅନ୍ୟ ଫାଇଦା…

ସୁକନ୍ୟା ସମୃଦ୍ଧି ଯୋଜନା କ’ଣ ?
ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ଯୋଜନା, ଯାହାକି ଆପଣଙ୍କ ଝିଅ ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ଝିଅର ଭବିଷ୍ୟତକୁ ସୁରକ୍ଷିତ କରାଯାଇପାରିବ । ଏହି ଯୋଜନାରେ ଆପଣ ଅଳ୍ପ ପରିମାଣରେ ଏକ ଆକାଉଣ୍ଟ ଖୋଲିପାରିବେ । ଏହି ଯୋଜନାରେ ଆପଣ ଏକ ଆକାଉଣ୍ଟ ଖୋଲିବା ସହ ନିଜ ଝିଅ ନାଁରେ ଅଳ୍ପ ଅଳ୍ପ କରି ଟଙ୍କା ଜମା କରିପାରିବେ ।

କିଏ ଆବେଦନ କରିପାରିବେ ?
ସୁକନ୍ୟା ସମ୍ରିଦ୍ଧି ଯୋଜନାରେ ୧୦ ବର୍ଷରୁ କମ୍ ବୟସର ବାଳିକାର ଆକାଉଣ୍ଟ ତାଙ୍କ ପିତାମାତା ଦ୍ୱାରା ଖୋଲାଯାଇପାରିବ । ଏଥିରେ ଆପଣ ମାତ୍ର ୨୫୦ ଟଙ୍କା ନିବେଶ କରି ଏକ ଆକାଉଣ୍ଟ ଖୋଲିପାରିବେ । ଆପଣ ଯେକୌଣସି ବ୍ୟାଙ୍କ କିମ୍ବା ଡାକଘରେ ଆକାଉଣ୍ଟ ଖୋଲିପାରିବେ । ଏଥିରେ, ଆପଣ ୭.୬ ପ୍ରତିଶତ ହାରରେ ସୁଧ ପାଇବେ । ଜଣେ ଝିଅ ନାମରେ କେବଳ ଗୋଟିଏ ଆକାଉଣ୍ଟ ଖୋଲାଯାଇପାରିବ । ଗୋଟିଏ ଘରେ କେବଳ ୨ ଝିଅଙ୍କର ଆକାଉଣ୍ଟ ଖୋଲାଯାଇପାରିବ, ଯାଆଁଳା / ଟ୍ରିପଲ୍ ବାଳିକା ଶିଶୁରେ ୨ ରୁ ଅଧିକ ଖାତା ଖୋଲାଯାଇପାରିବ ।

ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ପ୍ରାପ୍ତ ସୁଧ ସରକାର ସ୍ଥିର କରନ୍ତି । ଏଥିରେ ଆପଣ ୭.୬ ପ୍ରତିଶତ ସୁଧ ପାଇବେ । ଏହି ଯୋଜନାରେ ଆପଣ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ ଝିିଅକୁ ୧୮ ବର୍ଷ ପୂରଣ ହେବା ପରେ କିମ୍ବା ଦଶମ ପରୀକ୍ଷା ପାସ କରିବା ପରେ ହିଁ ଆପଣ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଏଥିରେ ଆପଣ ଆୟକର କ୍ଷେତ୍ରରେ ମଧ୍ୟ ରିହାତି ପାଇବେ ।

୬୫ ଲକ୍ଷ ଟଙ୍କା କିପରି ପାଇବେ :-
ଯଦି ଆପଣ ଏହି ଯୋଜନାରେ ପ୍ରତିଦିନ ୨୫୦ ଟଙ୍କା ନିବେଶ କରନ୍ତି, ତେବେ ଆପଣ ଏକ ମାସରେ ୧୨,୫୦୦ ଟଙ୍କା ଜମା କରିବେ ଏବଂ ଗୋଟିଏ ବର୍ଷରେ ଆପଣ ୨୨.୫୦ ଲକ୍ଷ ଟଙ୍କା ନିବେଶ କରିବେ । ୧୫ ବର୍ଷ ଅର୍ଥାତ୍ ଆପଣଙ୍କ ଝିଅର ମ୍ୟାଚୁରିଟୀ ୨୧ ବର୍ଷ ବୟସରେ ଆପଣ ୬୫ ଲକ୍ଷ ଟଙ୍କା ପାଇବେ । ଏଥିରେ ଆପଣ ପ୍ରାୟ ୪୧.୧୫ ଲକ୍ଷ ଟଙ୍କା ସୁଧ ପାଇବେ ।

Get real time updates directly on you device, subscribe now.