fbpx

ରାଜଧାନୀ ଭୁବନେଶ୍ୱରରେ ଲଜ୍ୟା: ମୁଢ଼ି ଖାଇବାକୁ ଡାକି ନେଇ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ଲଜ୍ୟା। ମୁଢ଼ି ଖାଇବାକୁ ଡାକି ନେଇ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ। ଗତ ୧୨ ତାରିଖ ରାତିରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ନାବାଳିକା ଜଣକ ଘର ବାହାରେ ଖେଳୁଥିବା ସମୟରେ ଲୋଭ ଦେଖାଇ ଡାକି ନେଇଥିଲା ଅଭିଯୁକ୍ତ। ଆଉ ନିଜର ଦେହ ଭୋକ ମେଣ୍ଟାଇଥିଲା।

ଅଭିଯୁକ୍ତ ଯୁବକ ଜଣକ ପାଖ ପଡୋଶୀ ହୋଇଥିବାରୁ କୁନି ଝିଅଟି ଭରସା କରି ଚାଲିଯାଇଥିଲା ତା ସହିତ। ଆଉ ଯାଇ ପଡିଥିଲା ରାକ୍ଷସ ହାବୁଡ଼ରେ। ଯିଏ ତାର ବାଲ୍ୟକାଳକୁ ଖିନ୍‌ବିନ୍‌ କରି ଦେଇଥିଲା। ଆଖପାଖରେ କେହି ଲୋକ ନଥିବା ବେଳେ, ଏହାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକାକୁ ଏକ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲା। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ମଞ୍ଚେଶ୍ୱର ପୋଲିସ ଝରଣା ସାହି ବସ୍ତିରୁ ଅଭିଯୁକ୍ତ ଯୁଧିଷ୍ଠିର ସୋରେନକୁ ଗିରଫ କରିଛି।

Get real time updates directly on you device, subscribe now.