fbpx

ଭୁବନେଶ୍ୱର, ସମ୍ବଲପୁର ଓ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ବନ୍ଦ ର ପ୍ରଭାବ, ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ପାଇଁ କଡା ନିର୍ଦ୍ଦେଶ, ହଇରାଣ ହେଲେ ୧୧୨କୁ ଫୋନ୍ କରିବେ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଷ୍ଟିଅରିଂ ଛାଡ ଆନ୍ଦୋଳନ । ଡ୍ରାଇଭରମାନଙ୍କ ପାଇଁ ବୀମା ଓ ପେନସନ୍ ସୁବିଧା, ସମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମଗାର ନିର୍ମାଣ ସମେତ ୧୦ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍‌ଲାଇଛନ୍ତି । ଶହ ଶହ ସଂଖ୍ୟାରେ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଓଡିଶାର ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ହଳଦିଆ ନମ୍ବର ଥିବା ଗାଇ ଅଟକାଇ ପ୍ରତିବାଦଚ କରାଯାଉଛି । ପଶ୍ଚିମ ଓଡିଶାରେ ଏହାର ପ୍ରଭାବ ଅଧିକ ମାତଆରେ ଦେଖିବାକୁ ମିଳିଛି । ସମ୍ବଲପୁର ଅଇଁଠାପାଲି ଛକ ନିକଟରେ ଡ୍ରାଇଭରମାନେ ରାସ୍ତା ଅବରୋଧ କରିଛନ୍ତି । ବସ୍ ମଲିକଙ୍କ ସହ ମୁହଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୁଚିଣ୍ଡା, ବୁର୍ଲା ଓ ହିରାକୁଦରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସେହିପରି ଭଦ୍ରକ ଓ ବନ୍ତା ଅଞ୍ଚଳରେ ବସ ଅଟକାଇ ଡ୍ରାଇଭରମାନେ ପ୍ରତିବାଦ ଦେଖିବାକୁ ମିଳିଛି।

ଖୋର୍ଦ୍ଧା ତମାଣ୍ଡୋରେ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରାଯାଉଛି । ଶହ ଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରି ଧାରଣାରେ ବସିଛନ୍ତି । କିନ୍ତୁ ରାସ୍ତାରେ ଯାଉଥିବା ଗାଡିମଟରକୁ ଯିବା ପାଇଁ ଦେଉଛନ୍ତି । ଯାତ୍ରୀମାନଙ୍କର ଯେପରି କିଛି ଅସୁବିଧା ନ ହେବ ସେଥିପ୍ରତି ମଧ୍ୟ ଦିଆଯାଉଛି । ଅପରପକ୍ଷରେ ଆନ୍ଦୋଳନରେ ସହଯୋଗ କରିବା ପାଇଁ ଲୋକଙ୍କ ଅନୁରୋଧ କରାଯାଉଛି । ଏହି ଆନ୍ଦୋଳନକୁ ୨୦ରୁ ଅଧିକ ସଂଘ ସମର୍ଥନ ଜଣାଛନ୍ତି।

ଅନ୍ୟପକ୍ଷରେ ଲୋକଙ୍କୁ ହଇରାଣ ନ କରିବା ପାଇଁ ଚେତାବନୀ ଦିଆଯାଇଛି । ଅପ୍ରତିକର ପରିସ୍ଥିତି ସୃଷ୍ଟି ହୁଏ ସେ ପ୍ରତି ଧ୍ୟାନ ଦେବାକୁ ପୋଳିସ କମିଶନର ପକ୍ଷରୁ କୁହାଯାଇଛି । ଲୋକଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଆନ୍ଦୋଳନରେ ଲୋକ ହଇରାଣ ହେଲେ ୧୧୨ ନମ୍ବରକୁ ଫୋନ୍ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।

Get real time updates directly on you device, subscribe now.