କେବଳ ରାସ୍ତାରେ ନୁହେଁ, ଗୃହରେ ମଧ୍ୟ ହଟ୍ଟଗୋଳ କଲା ଡ୍ରାଇଭର ଆନ୍ଦୋଳନ , ବାଚସ୍ପତି ଦେଲେ ରୁଲିଂ

ଭୁବନେଶ୍ୱର: କେବଳ ରାସ୍ତାରେ ନୁହେଁ, ଗୃହରେ ମଧ୍ୟ ଡ୍ରାଇଭର ଆନ୍ଦୋଳନ ଚହଳ ପକାଇଛି । ଏହାକୁ ନେଇ ଗୃହରେ ହଟଚମଟ ଦେଖିବାକୁ ମିଳିଛି । ଆଜି ଗୃହକାର୍ଯ୍ୟରେ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି । ପ୍ରଥମେ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା କିନ୍ତୁ ପରେ ଦିନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ କହିଥିଲେ, ସରକାର ଡ୍ରାଇଭରଙ୍କ ଦାବିକୁ ପୂରଣ କରିବା ବଦଳରେ ଦୁଇପକ୍ଷିଆ ନୀତି ଆପଣାଇଛି । ଡ୍ରାଇଭର ଆନ୍ଦୋଳନକୁ ଠପ୍ କରିବା ପାଇଁ ଗୋଟିଏ ଗ୍ରୁପକୁ ଉସୁକାଇ ଅଭିଯୋଗ କରିଛନ୍ତି । ପରିବହନ ସେବା ଠପ୍ ସାଧାରଣଜନତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଠି ପେଟ୍ରୋଲ ଗାଡି ଅଟକି ରହିଛି ତ ଅନ୍ୟ କେଉଁ ପରିବା ଓ ଫଳ ଗାଡି ଅଟକି ରହିଛି । ଏହାର ପ୍ରଭାବରେ ହାଣ୍ଡିଶାଳରେ ମହଙ୍ଗା ମାଡ ହୋଇଛି । ଡ୍ରାଇଭର ଆନ୍ଦୋଳନକୁ ବିବୃତି ର୍ଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି । ଆଗାମୀ ଗୃହ କାର୍ଯ୍ୟରେ ଏନେଇ ବିବୃତ୍ତି ଜାରି କରିବେ ରାଜ୍ୟ ପରିବହନ ମନ୍ତ୍ରୀ ।