fbpx

ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲା BJD: ମିଳିଲା ସଭାପତି, ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଏବେଠାରୁ ନିଜ ନିଜର ସଂଗଠନକୁ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି) ମଧ୍ୟ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହା ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିଛି ନୂଆ କର୍ମକର୍ତ୍ତାଙ୍କୁ ନୂଆ ପଦରେ ନିଯୁକ୍ତି ଦେଇଛନ୍ତି ।

କଟକ ନଗର କମିଟିକୁ ଦଳ ପକ୍ଷରୁ ପୁନର୍ଗଠନ କରାଯାଇଛି । କଟକ ନଗର ସଭାପତି ଭାବେ ମଧୁସୂଦନ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ଇଂ ସୁବ୍ରତ ଘଡ଼ାଇ ଓ ସୂର୍ଯ୍ୟସାରଥୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହ ୧୫ ଜଣ ଉପସଭାପତି, ୨ ଜଣ ସାଧାରଣ ସମ୍ପାଦକ, ୩୫ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି କଟକ ଜିଲ୍ଲା ବିଜେଡି କମିଟିର ମଧ୍ୟ ପୁନର୍ଗଠନ କରାଯାଇଛି । ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା କମିଟିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହ ୩୪ ଜଣ ଉପସଭାପତି, ୩୦ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ୫୩ ଜଣ ସମ୍ପାଦକ, ୮ ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୧୬ ତାରିଖରେ ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ନିର୍ବାଚନ ପାଇଁ ଦଳ ୬ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଥିଲା । ସେହିପରି ଗତ ୨ ତାରିଖରେ ଗଜପତି ଓ କନ୍ଧମାଳ ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ।

 

 

 

Get real time updates directly on you device, subscribe now.