fbpx

OPSC ଆଣିଲା ଚାକିରି ସୁଯୋଗ: ଶତାଧିକ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି

ରାଜ୍ୟର ହଜାର ହଜାର ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ମୋଟ ୩୯୧ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ (ସିଭିଲ) ଓ ସହକାରୀ ନିର୍ବାହୀ ଯନ୍ତ୍ରୀ (ମେକାନିକାଲ) ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ସହକାରୀ ନିର୍ବାହୀ ଯନ୍ତ୍ରୀ (ସିଭିଲ) ପଦରେ ୟୁଆରଙ୍କ ପାଇଁ ୧୯୨ଟି, ସାମାଜିକ ଓ ଆର୍ଥିକ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୩୯ଟି, ଅନୁସୂଚିତ ଜାତିଙ୍କ (ଏସସି) ପାଇଁ ୧୧୨ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୧୯ଟି ପଦ ଖାଲି ରହିଛି । ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ (ମେକାନିକାଲ) ପଦରେ ୟୁଆରଙ୍କ ପାଇଁ ୧୫ଟି, ସାମାଜିକ ଓ ଆର୍ଥିକ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୩ଟି, ଅନୁସୂଚିତ ଜାତିଙ୍କ (ଏସସି) ପାଇଁ ୩ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୮ଟି ପଦ ଖାଲି ରହିଛି ।

ସହକାରୀ ନିର୍ବାହୀ ଯନ୍ତ୍ରୀ (ସଭିଲ) ପଦ ପାଇଁ ପ୍ରାର୍ଥୀର ଶିକ୍ଷାଗତ ଯୋଗ୍ୟତା ସିଭିଲ ଇଞ୍ଜିନିୟରିଂ ଡିଗ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ (ମେକାନିକାଲ) ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ରହିଥିବା ଆବଶ୍ୟକ । ବୟସ ଯୋଗ୍ୟତା ୨୦୨୧ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ୨୧-୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.