fbpx
BJD SKY
BJD SKY

ଡାଇବେଟିସ୍ କଣ୍ଟ୍ରୋଲରେ ରଖିବାକୁ ଚାହୁଁଛନ୍ତି କି ? ଖାଇବା ପରେ ୫ ମିନିଟ୍ କରନ୍ତୁ ଏହି କାମ, ରିସର୍ଚ୍ଚରୁ ଖୁଲାସା

BJD

ଡାଇବେଟିସର ସମସ୍ୟାର ସାମ୍ନା ସେତେବେଳେ କରିବାକୁ ପଡ଼ିଥାଏ । ଯେତେବେଳେ ଶରୀରରେ ଗ୍ଲୁକୋଜ୍ ସ୍ତର ଅଧିକ ବଢ଼ିଥାଏ । ଏହାକୁ ସନ୍ତୁଳିତ କରିବା ପାଇଁ ଇନସୁଲିନ୍ ବେଶ୍ ସହାୟକ ହୋଇଥାଏ । ଇନସୁଲିନ୍ ପାନକ୍ରିୟାଜ୍ ରୁ ବାହାରୁଥିବା ଏକ ହରମୋନ୍ ଯାହା ରକ୍ତରେ ଗ୍ଲୁକୋଜ୍ ସ୍ତରକୁ କଣ୍ଟ୍ରୋଲ କରିବାରେ କାମ କରିଥାଏ । ନିକଟରେ ଏକ ରିସର୍ଚ୍ଚରେ ଏହା ସାମ୍ନାକୁ ଆସିଛି ଯେ ଖାଇବା ପରେ କିଛି ସମୟ ଚାଲିବା ଦ୍ୱାରା ଶରୀରରେ ବ୍ଲଡ୍ ସୁଗାର ଲେବୁଲ କୁ କମ୍ କରାଯାଇପାରେ । ତେବେ ଆସନ୍ତୁ ଜାଣିବା ଏହି ଗବେଷଣା ବିଷୟରେ ଅଧିକ ।

ସ୍ପୋର୍ଟସ ମେଡିସିନ୍ ନାମକ ଏକ ଜର୍ଣ୍ଣାଲରେ ପ୍ରକାଶିତ ରିସର୍ଚ୍ଚରେ ବୈଜ୍ଞାନିକମାନେ ସାତଟି ଭିନ୍ନ ଭିନ୍ନ ଗବେଷଣାକୁ ବିଶ୍ଲେଷଣ କରିଥିଲେ ଯେ ଅଧିକ ସମୟ ଧରି ବସିବା ଅପେକ୍ଷା ଛିଡ଼ା ହେବା ଦ୍ୱାରା ଏବଂ ଚାଲିବା ଦ୍ୱାରା ଶାରୀରିକ କାର୍ଯ୍ୟକଳାପ ଦ୍ୱାର କେଉଁଭଳି ଭାବରେ ଇନସୁଲିନ୍ ଏବଂ ବ୍ଲଡ୍ ସୁଗାର ଲେବୁଲ ସହ ହାର୍ଟ ହେଲ୍ଥକୁ ପ୍ରଭାବିତ କରିଥାଏ ।

ରିସର୍ଚ୍ଚରେ ଜଣାପଡ଼ିଥିଲା ଯେ ଲଞ୍ଚ କିମ୍ବା ଡିନର ପରେ ବସିବା କିମ୍ବା ଶୋଇବା ଅପେକ୍ଷା ୨-୫ ମିନିଟ୍ ହାଲୁକା ଚାଲିବା ଦ୍ୱାରା ବ୍ଲଡ୍ ସୁଗାର ଲେବୁଲ ବେଶ୍ ନିୟନ୍ତ୍ରିତ ହୋଇପାରେ । ଏହା ସହ କେବଳ ଖାଇବା ପରେ ମଧ୍ୟ କିଛି ସମୟ ଛିଡ଼ା ହେବା ଦ୍ୱାରା ମଧ୍ୟ ବ୍ଲଡ୍ ସୁଗାର ଲେବୁଲ କମ୍ ହୋଇପାରେ । ଗବେଷଣାରେ କୁହାଯାଇଛି ଯେ ହାଲୁକା ଏକ୍ସରସାଇଜ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇପାରେ ।

ଆହୁରି ମଧ୍ୟ ବ୍ଲଡ ସୁଗାରକୁ କଣ୍ଟ୍ରୋଲରେ ରଖିବା ପାଇଁ, ଭରପୁର ମାତ୍ରାରେ ଫଳ ଏବଂ ପରିବା ସହ ହେଲଦୀ ଡାଏଟ୍ ଖାଇବା, ସଠିକ୍ ଓଜନ ରଖିବା ଏବଂ ନିୟମିତ ଶାରୀରିକ ଗତିବିଧି ରେ ଭାଗ ନେବା ଜରୁରୀ । ଏହା ସହ ନିଜ ବ୍ଲଡ୍ ସୁଗାରକୁ ନିୟମିତ ପରୀକ୍ଷା କରୁଥିବା ଦରକାର । ଦିନସାରା ଖାଲି ପେଟରେ ନରହି, କିଛି କିଛି ଖାଦ୍ୟ ଖାଆନ୍ତୁ । ଯଥେଷ୍ଟ ମାତ୍ରାରେ ପାଣି ପିଅନ୍ତୁ ।

Get real time updates directly on you device, subscribe now.