fbpx

‘No One Can Defeat BJP’: ବିରୋଧୀ ମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେଲେ ପ୍ରଶାନ୍ତ,କାହିଁକି କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ପୁଣି ଆଗାମୀ ରାଜନୈତିକ ପାଣି ପାଗର ପୂର୍ବସୂଚନା ଜାରି କରିଛନ୍ତିଳ ରାଜନୈତିକ ସମୀକ୍ଷକ ପ୍ରଶାନ୍ତ କିଶୋର । ଆଉ ଚଳିତ ଥର ଯେଉଁ ସୂଚନା ସେ ଦେଇଛନ୍ତି ତାହା ବିରୋଧୀ ଦଳ ମାନଙ୍କ ପାଇଁ ୱାର୍ଣ୍ଣିଂ । ପ୍ରଶାନ୍ତ ପୁଣି ଥରେ ସିଧା ସିଧା କହି ଦେଇଛନ୍ତି ଯେ ବିଜେପିକୁ ହରେଇବା ଏବଂ କେନ୍ଦ୍ରରୁ ହଟେଇବା ଅସମ୍ଭବ ।

ପ୍ରଶାନ୍ତ କହିଛନ୍ତି ବିରୋଧୀ ମାନଙ୍କ ମଧ୍ୟରେ ଥିବା ଅସ୍ଥିରତା ଆଉ ତିକ୍ତତା ରହିଛି ଏହା ବିଜେପିର କିଛି କରି ପାରିବେ ନାହିଁ । ଯେଉଁ ଭଳି ଭାବରେ ବିରୋଧୀ ମାନେ ଅଲଗା ଅଲଗା ବାଣ୍ଟି ହୋଇଯାଇଛନ୍ତି ଏଭଳି ଅବସ୍ଥାରେ ବିଜେପି ସହିତ ସେମାନେ ଲଢ଼ି ପାରିବେ ନାହିଁ ପ୍ରଶାନ୍ତ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ବିରୋଧୀ ମାନେ ଯେଉଁ ଏକତା ଦେଖାଉଛନ୍ତି ଏହା କେବଳ ଏକ ଦେଖଣା । କିନ୍ତୁ ଏହାର ବାସ୍ତବିକ ଦୃଶ୍ୟ କିଛି ଭିନ୍ନ ।

ଏହ ଗଣମାଧ୍ୟମ କୁ ଦେଇଥିବା ସାକ୍ଷାତକାରରେ ପ୍ରଶାନ୍ତ କହିଛନ୍ତି ଯେ ବିରୋଧୀ ମାନେ ବିଜେପିର ଶକ୍ତି ଆଉ ତାଙ୍କ ଭଳି ଭାବିବା ଆବଶ୍ୟକ । ବିଜେପିର ଶକ୍ତି କହିଲେ ହିନ୍ଦୁତ୍ୱ, ରାଷ୍ଟ୍ରବାଦୀ ଆଉ କଲ୍ୟାଣବାଦୀ । ଆଉ ବିରୋଧୀ ମାନେ ଯଦି ଏଥି ମଧ୍ୟରୁ କୌଣସି ଦୁଇଟିକୁ ସଠିକ ଭାବରେ ବୁଝିଯିବେ ଆଉ ଏହାକୁ ଭେଦ କରିପାରିଲେ ତେବେ ଯାଇଁ ବିରୋଧୀ ହୁଏତ ବିଜେପିକୁ ସାମ୍ନା କରିପାରିବେ ।

ସେ କହିଛନ୍ତି, ‘ ବିଜେପି ଯେଉଁ ହିନ୍ଦୁତ୍ୱର ବିଚାରଧାରାରହିଛି ବିରୋଧୀ ମାନଙ୍କୁ ମଧ୍ୟ ତାହା ବୁଝିବାକୁ ପଡିବ । ହିନ୍ଦୁତ୍ୱର ବିଚାରଧାରା ସହିତ ଲଢ଼ିବାକୁ ହେଲେ ବିଚାରଧାରା ଗୁଡିକର ମିଳନ ହେବା ଆବଶ୍ୟକ। ଯେଯେ ଯାବତ ବିଚାରଧାରାରେ ବିରୋଧୀ ମାନଙ୍କର ସମାନତା ଆସି ନାହିଁ ସେ ଯାବତ ବିଜେପିକୁ ହରାଇବା ସାତ ସପନ । ସେ ପର୍ଯ୍ୟନ୍ତ ବିଜେପି ସରକାର କୁଆଡେ ଯିବ ନାହିଁ । କେବଳ ଏତିକି ନୁହେଁ ବିଜେପି ସରକାର ତାଙ୍କ ଚିନ୍ତାଧାରା କୁ ମହାତ୍ମାଗାନ୍ଧୀଙ୍କ ବିଚାରଧାରା ବୋଲି କହୁଛନ୍ତି ।

ତେଣୁ ତାଙ୍କ ସହିତ ଲଢ଼ିବାକୁ ହେଲେ ପ୍ରଥମେ ତାଙ୍କ ଭଳି ଭାବିବା ଆବଶ୍ୟକ । ଆଉ ଏବେ ବିରୋଧୀ ମାନଙ୍କ ସ୍ଥିତି ଯେଉଁଭଳି ତାହା ସ୍ପଷ୍ଟ ଜାଣି ହେଉଛି ଯେ ସେମାନେ ବିଜେପି ସରକାରଙ୍କୁ ହଟେଇପାରିବେ ନାହିଁ ।

Get real time updates directly on you device, subscribe now.