fbpx

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦେଲା ଦୀପାଳିଙ୍କୁ ଟିକେଟ, ଅନୁକମ୍ପା ଭୋଟ ହାତେଇବା ପାଇଁ ଖେଳିଲା ମାଷ୍ଟ୍ରର କାର୍ଡ

ଭୁବନେଶ୍ୱର:ବିଗୁଲ ବାଜିବାର ୨ଦିନ ଭିତରେ ବିଜେଡି ଆଗାମୀ ଝାଡସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି । ଝାଡସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦୀପାଳି ଦାସଙ୍କ ନାମରେ ମୋହର ମାରିଛି ।
ଏଣିକି ବାପାଙ୍କ ଅଧୁରା ସ୍ୱପ୍ନ ପୁରଣ କରିବା ପାଇଁ ଦୀପାଳିଲଢ଼ିବେ ।

ତେବେ ଏହା ପୂର୍ବରୁ ନବଙ୍କ ଆସନରେ ବିଜେଡି କାହାକୁ ଟିକେଟ ଦେବ ତାହାକୁ ନେଇ ବହୁତ ଆଲୋଚନା ହେଉଥିଲା । ତେବେ ଅଧିକ କିଛି ରାଜନୈତିକ ଆଲୋଚନା ହେବା ପୂର୍ବରୁ ହିଁ ବିଜେଡି ତାର ଅନୁକମ୍ପା କାର୍ଡ ଖେଳି ଦେଇଛି । ଆସନ ହାତେଇବା ପାଇଁ ବିଜେଡି ଏବେ ମଇଦାନକୁ ଦୀପାଳିଙ୍କୁ ଓହ୍ଲାଇଛି । ତେବେ ଏବେ ବାସ ବିରୋଧୀଙ୍କ ପ୍ରାର୍ଥୀ ତାଲିକା ଜାରି ହେବାକୁ ଅପେକ୍ଷା ।

ସୂଚନା ମୁତାବକ ଉପନିର୍ବଚାନ ବିଗୁଲ ବାଜିବା ଦିନ ଦୀପାଳି ତାଙ୍କର ପ୍ରତିକ୍ରିୟା ରଖିଦେଇଥିଲେ ।ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମ ବାପାଙ୍କ ପରି । ତାଙ୍କର ଆର୍ଶୀବାଦ ସଦାସର୍ବଦା ଆମ ଉପରେ ରହିଛି । ଆଉ ସେ ଯାହାଙ୍କୁ ପ୍ରାର୍ଥୀ କରିବେ ଆମେ ତାଙ୍କୁ ସମର୍ଥନ କରିବୁ । ଆଉ ବାପାଙ୍କର ଯେଉଁ ଅଧୁରା ଆଶା ରହିଛି ତାହାକୁ ମଧ୍ୟ ପୂରଣ କରିବୁ । ଆଉ ବାସ ଦୀପାଳିଙ୍କ ଏହି କଥା ପରେ ବିଜେଡି ସୁପ୍ରିମୋ ମଧ୍ୟ ତାଙ୍କ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି । ଆଉ ଝାଡସୁଗୁଡା ଉପନିର୍ବାଚନ ପାଇଁ ଦୀପାଳିଙ୍କ ନାମରେ ମୋହର ମାରି ଦେଇଛନ୍ତି । ତେବେ ଜଣେ ଯୁବ ଚେହେରା ହେବା ସହିତ ଦୀପାଳି ଆଗରୁ ମଧ୍ୟ ରାଜନୈତିକ କ୍ଷେତ୍ରରେ ସକ୍ରିୟ ରହିଛନ୍ତି । ଆଉ ଏହା ମଧ୍ୟ ଆଶା କରାଯାଉଥିଲା ଯେ ବିଜେଡି ଦୀପାଳିଙ୍କୁ ହିଁ ଟିକେଟ ଦେବ । ତେବେ ଏହିରେ ଆଶ୍ଚର୍ଯ୍ୟ ହେବାର ମଧ୍ୟ କୌଣସି କଥା ନାହିଁ ।

ତେବେ ଦେଖିବା ବାକି ରହିଲା ବିରୋଧୀ ଶାସକ ଦଳଙ୍କୁ ଟକ୍କର ଦେବା ପାଇଁ କାହାକୁ ମଇଦାନକୁ ଓହ୍ଲାଉଛନ୍ତି । ଆଉ ଲଢ଼େଇ କେତେ ଜୋରଦାର ହେଉଛି । ସୂଚନା ମୁତାବକ ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ହେବ। ମେ ୧୩ ତାରିଖରେ ଫଳାଫଳ ବାହାରିବ।

 

Get real time updates directly on you device, subscribe now.