fbpx

ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଲେ OPEC ଦେଶ, ପୁଣି ୬୦,୦୦୦ ଟଙ୍କା ଅତିକ୍ରମ ସୁନା

ନୂଆଦିଲ୍ଲୀ: କିଛି ଦିନ ସୁନା ମୂଲ୍ୟ ହ୍ରାସ ପାଇବା ପରେ ପୁଣି ସୁନାର ମୂଲ୍ୟ ଆକାଶକୁ ଛୁଇଁଛି। ସୁନା ପୁନର୍ବାର ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଅତିକ୍ରମ କରିଛି। ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ OPEC ର ନିଷ୍ପତ୍ତି ପରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି, ତେଣୁ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ୧୦ ଗ୍ରାମ ପ୍ରତି ସୁନା ପ୍ରାୟ ୬୦୦୪୫ ଟଙ୍କା ରହିଛି।

ଆନ୍ତର୍ଜାତୀୟ ବଜାରରେ ସୁନା ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହା ଅନ୍ସ ପ୍ରତି ୧୯୮୫ ଡଲାରରେ କାରବାର ହେଉଛି। ଏହାକୁ ଟଙ୍କା ସହିତ ତୁଳନା କଲେ ପୁନର୍ବାର ସୁନା ୬୦,୦୦୦ ରୁ ଅଧିକ କାରବାର ହେଉଛି। ଙଚଙଉ- ସମୂହ ଦେଶଗୁଡିକ ଅଶୋଧିତ ତୈଳ ଉତ୍ପାଦନକୁ ଦିନକୁ ୧ ମିଲିୟନ୍ ବ୍ୟାରେଲ୍ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁଥିପାଇଁ ସୁନା ଦରରେ ବୃଦ୍ଧି ଘଟିଛି। ଏହାପୂର୍ବରୁ, ମାର୍ଚ୍ଚ ୨୦୨୨ ରେ ସୁନା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୬୦,୦୦୦ ଟଙ୍କା ଅତିକ୍ରମ କରି ୧୦ ଗ୍ରାମ ପିଛା ୬୦,୪୧୮ ଟଙ୍କା ସ୍ତରରେ ପହଞ୍ଚିଥିଲା। ତା’ପରେ ଆମେରିକାରେ ବ୍ୟାଙ୍କିଙ୍ଗ ସଙ୍କଟ ଯୋଗୁଁ ସୁନାରେ ବୃଦ୍ଧି ଘଟିଥିଲା। ଅଶୋଧିତ ତୈଳ ଉତ୍ପାଦନରେ ହ୍ରାସ ହେତୁ ବର୍ତ୍ତମାନ ସୁନା ମୂଲ୍ୟରେ ପୁଣି ବୃଦ୍ଧି ଆସିଛି।

Get real time updates directly on you device, subscribe now.