fbpx

ଆଜି ମହାକାଶକୁ PSLV-C48 ଯାନ ଛାଡିବ ଇସ୍ରୋ

ନୂଆଦିଲ୍ଲୀ,୧୧ ।୧୨: ଆଜି ଅପରାହ୍ନ ୩ଟା ୨୫ରେ ମହାକାଶକୁ PSLV-C48 ଯାନ ଛାଡିବ ଇସ୍ରୋ । ଆନ୍ଧ୍ରର ଶ୍ରୀହରିକୋଟାରୁ ୧୦ଟି ସାଟେଲାଇଟ୍ ନେଇ ଯିବ ଏହି PSLV-C48 । RISAT-2BR1 ସହ ଅନ୍ୟ ୯ଟି ବାଣିଜ୍ୟିକ ସାଟେଲାଇଟକୁ ଛାଡ଼ିବ । ତେବେ RISAT-2BR1 ହେଉଛି ୬୨୮ କେଜି ଓଜନର ଏକ ପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ । ଏହାର ଲଞ୍ଚ ପରେ ଭାରତର ସୀମା ଉପରେ ନଜର ରଖିବା ଆହୁରି ସହଜ ହୋଇଯିବ । PSLV-C48 ଯାନର ଲଞ୍ଚ ହେବାର ପାଖାପାଖି ୨୧ ମିନିଟ ପରେ ୧୦ଟି ଉପଗ୍ରହ ନିଜ ନିଜର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଯିବେ ।

Get real time updates directly on you device, subscribe now.