fbpx

ଆଜିଠୁ ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ: ବ୍ରାଞ୍ଚ ଯିବା ପୂର୍ବରୁ ଦେଖନ୍ତୁ ଛୁଟି ଲିଷ୍ଟ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ଅନେକ ପର୍ବପର୍ବାଣୀ ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ୧୫ ଦିନ ବନ୍ଦ ରହିବ । ଏହି ଛୁଟିଗୁଡିକ ମଧ୍ୟରୁ କେତେକ ସମଗ୍ର ଦେଶରେ ହେବ ତ’ ଆଉ କେତେକ ବିଭିନ୍ନ ରାଜ୍ୟ ଏବଂ ସହରରେ ରହିବ ।

ବର୍ତ୍ତମାନ ଆଜି ଅର୍ଥାତ୍ ଶୁକ୍ରବାର (ଏପ୍ରିଲ୍ ୭) ରୁ ରବିବାର ପର୍ଯ୍ୟନ୍ତ, ଦେଶର ବ୍ୟାଙ୍କଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ । ଭାରତରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ପ୍ରତ୍ୟେକ ରବିବାରରେ ବ୍ୟାଙ୍କଗୁଡିକରେ କୌଣସି କାମ ହୋଇନଥାଏ ।

୭ ଏପ୍ରିଲରେ ଗୁଡ୍ ଫ୍ରାଇଡେ କାରଣରୁ ଦେଶର କିଛି ସହର ବ୍ୟତୀତ ସବୁ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ୭ ଏପ୍ରିଲରେ କେବଳ ଅଗରତାଲା, ଅହମ୍ମଦାବାଦ, ଗୁଆହାଟୀ, ଜୟପୁର, ଜାମ୍ମୁ, ଶିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କ ଖୋଲା ରହିବ । ଏଥି ସହିତ ୮ ଏପ୍ରିଲରେ ଦ୍ୱିତୀୟ ଶନିବାର ଏବଂ ୯ ଏପ୍ରିଲରେ ରବିବାର ହେତୁ ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ବନ୍ଦ ରହିବ ।

ଛୁଟି ତାଲିକା

ଏପ୍ରିଲ୍ ୧, ୨୦୨୩ (ଶନିବାର): ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ

ଏପ୍ରିଲ୍ ୨, ୨୦୨୩ (ରବିବାର): ଛୁଟିଦିନ

ଏପ୍ରିଲ୍ ୪, ୨୦୨୩ (ମଙ୍ଗଳବାର) – ମହାବୀର ଜୟନ୍ତୀ

ଏପ୍ରିଲ୍ ୫, ୨୦୨୩ (ବୁଧବାର) – ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ

ଏପ୍ରିଲ୍ ୭, ୨୦୨୩ (ଶୁକ୍ରବାର) – ଗୁଡ଼ ଫ୍ରାଇଡ଼େ

ଏପ୍ରିଲ୍ ୮ ୨୦୨୩ (ଶନିବାର) – ମାସର ଦ୍ୱିତୀୟ ଶନିବାର

ଏପ୍ରିଲ୍ ୯, ୨୦୨୩ (ରବିବାର) – ଛୁଟିଦିନ

ଏପ୍ରିଲ୍,୧୪ ୨୦୨୩ (ଶୁକ୍ରବାର) – ବାବାସାହେବ ଆମ୍ବେଦକର ଜୟନ୍ତୀ / ବୋହାଗ ବିହୁ / ଚେରୋବା / ବାଇସାଖୀ / ବାଇସାଖୀ / ତାମିଲ ନୂଆ ବର୍ଷ/ ମହା ବିଷୁବ ସଙ୍କ୍ରାନ୍ତି / ବିଜୁ ମହୋତ୍ସବ / ବିଷୁ ମହୋତ୍ସବ

ଏପ୍ରିଲ୍ ୧୫, ୨୦୨୩ (ଶନିବାର) – ବିଷ୍ଣୁ / ବୋହାଗ ବିହୁ / ହିମାଚଳ ଦିବସ / ବଙ୍ଗାଳୀ ନବ ବର୍ଷ

ଏପ୍ରିଲ୍ ୧୬, ୨୦୨୩ (ରବିବାର) – ଛୁଟିଦିନ

ଏପ୍ରିଲ୍ ୧୮, ୨୦୨୩ (ମଙ୍ଗଳବାର) – ଶାବ-ଇ-କଦର

ଏପ୍ରିଲ୍ ୨୧, ୨୦୨୩ (ଶୁକ୍ରବାର) – ଇଦ୍-ଉଲ୍-ଫିତର (ରମଜାନ୍ ଇଦ୍) / ଗରିଆ ପୂଜା / ଜୁମାତ୍-ଉଲ୍-ବିଦା

Get real time updates directly on you device, subscribe now.